ନିର୍ବାଚନରେ ଯାଜପୁର ଜିଲ୍ଲାରେ କାହିଁକି ହେଲା ବିପର୍ଯ୍ୟୟ, ସମୀକ୍ଷା କଲା କଂଗ୍ରେସ

ଯାଜପୁର ଟାଉନ (କେ ନ୍ୟୁଜ୍) : ଗତ ନିର୍ବାଚନରେ ଯାଜପୁର ଜିଲ୍ଲାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହା ପରେ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଯୋଗ ଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଓ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । କେଉଁଠି ରହିଲା ଭୁଲ? କେଉଁ କାରଣରୁ ଦଳୀୟ ପ୍ରାର୍ଥୀ ପରାଜୟ ବରଣ କଲେ ସେ ସବୁର ଉତ୍ତର ଖୋଜିଛନ୍ତି । ଏସବୁକୁ ବିଶ୍ଳେଷଣ କରିବା ପରେ ଦଳୀୟ ସଂଗଠନରେ ପରବର୍ତ୍ତନ କରାଯାଇ ସଶକ୍ତ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଆଗକୁ ପୌରପାଳିକା ନିର୍ବାଚନ ରହିଥିବାରୁ ଦଳ ଏହା ଉପରେ ଅଧିକ ଫୋକସ୍ କରୁଛି । ବିଶେଷ କରି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ଦଳ ତାର ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆଜିର ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲା ସଭାପତି ମନୋଜ ରାଉତଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.