ଯାଜପୁର ଜିଲ୍ଲାକୁ ମିଳିଲା ‘ସର୍ବୋତ୍ତମ ପରିମଳ ଦକ୍ଷତା’ ପୁରସ୍କାର

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ସ୍ୱଚ୍ଛତାର ସର୍ବଶ୍ରେଷ୍ଠ କୌଶଳ ପାଇଁ ଯାଜପୁର ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଇଣ୍ଡିଆନ ସାନିଟେସନ୍‌ କୋଆଲିସନ୍‌ (ଆଇଏସ୍‌ସି) ଏବଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଏଫ୍‌ଆଇସିସିଆଇ) ତରଫରୁ ଏହି ‘ସର୍ବୋତ୍ତମ ପରିମଳ ଦକ୍ଷତା’ ପୁରସ୍କାର ପ୍ରଦାନ କରାଯାଇଛି ।

ଜିଲ୍ଲାର ବର୍ଜ୍ୟବସ୍ତୁ ପରିଚାଳନା ବିକାଶ ମଡେଲଗୁଡିକ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିଛି । ଏହା ସହିତ ବିଶ୍ୱସ୍ତରରେ ଖ୍ୟାତ ଗ୍ରାମୀଣ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ମଡେଲଗୁଡିକୁ ଜିଲ୍ଲାକୁ ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଯେଉଁଥିପାଇଁ ଅକ୍ଟୋବର ୨ ତାରିଖ ଦିନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଚୟନ କରାଯାଇଥିଲା । ଓଡ଼ିଶାର ଯାଜପୁର ଜିଲ୍ଲା ପୂର୍ବାଞ୍ଚଳର ଶ୍ରେଷ୍ଠ ଜିଲ୍ଲା ଘୋଷିତ ହୋଇଥିଲା ।

ସେହିପରି ୨୦୨୧ ପାଇଁ ଜାତୀୟ ସ୍ତରରେ ଯାଜପୁର ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛିା ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ଏବଂ ଭଦ୍ରକ ପୌର ପରିଷଦକୁ ମଧ୍ୟ ଏହି କ୍ଷେତ୍ରର ଅନ୍ୟ ବର୍ଗରେ ପୁରସ୍କୃତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.