Below header

ଯାଜପୁର ମାଟିରେ ବନ୍ଦେମାତରମ୍‌ ରଚୟିତାଙ୍କୁ ମରଣୋତ୍ତର ସମ୍ମାନ, ଦୌଡ଼ରାଣୀ ଦୂତୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଯାଜପୁର ଟାଉନ (କେନ୍ୟୁଜ୍‌): ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୧୮ । ଏହି ଅବସରରେ ଦୌଡ ରାଣୀ ଦୂତୀ ଚାନ୍ଦ ଓ ବନ୍ଦେ ମାତରମର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ଯଯାତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ବଙ୍କିମ ଚନ୍ଦ୍ରଙ୍କ ବଂଶଧର ସଜ୍ଜଳ ଚାଟାର୍ଜୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

JAJPUR-1

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ୧୮୮୨ରୁ ୧୮୮୪ ମସିହା ପର୍ଯ୍ୟନ୍ତ ଯାଜପୁରରେ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟକରୁଥିଲେ । ତାଙ୍କର ଏହି ରହଣି ମଧ୍ୟରେ ସେ ଅନେକ କାଳଜୟୀ ରଚନା ସୃଷ୍ଟି କରିଥିଲେ । ଯାହାକି ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ବଙ୍କିମ ଚନ୍ଦ୍ରଙ୍କୁ ଦୀର୍ଘ ୧୩୬ ବର୍ଷ ପରେ ତାଙ୍କ କର୍ମଭୂମିରେ ସମ୍ମାନ ଦିଆଯାଇଛି । ଯାହାକୁ ସ୍ୱାଗତ ଓ ପ୍ରଶଂସା କରିଛନ୍ତି ସଜ୍ଜଳ । ଏଥିପାଇଁ ସ୍ଥାନୀୟ ଯାଜପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

JAJPUR-3
ଆଜି ଉଦଘାଟନୀ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଉଦିତ ନାରାୟଣ ଓ ତାଙ୍କ ଟିମ ସଙ୍ଗୀତ ପରିବେଷଣ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ । ପ୍ରତି ସନ୍ଧ୍ୟାରେ ଆଗକୁ ବହୁ ଓଲିଉଡ ଏବଂ ବଲିଉଡ କଳାକାର ତଥା କଣ୍ଠଶିଳ୍ପୀ ଯୋଗ ଦେବେ ।

ଆଜିର ଉଦଘାଟନୀ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ରୀତା ତରାଇ, ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ ଏବଂ ବିଧାୟିକା ପ୍ରିମଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.