Below header

ଭିଏତନାମ ହାନୋଇରେ ଗୁଞ୍ଜରିଲା ସାବରମତିକେ ସନ୍ତ… ଗୀତ

ନୂଆଦିଲ୍ଲୀ : ଭିଏତନାମର ଛାତ୍ରୀ ଗାଇଲେ ‘ସାବରମତିଙ୍କ ସନ୍ତ ତୁନେ କରଦିୟା କମାଲ.. । ପୁଣି ଶୁଭିଲା ସୋଲେର ଲୋକପ୍ରିୟ ଗୀତ ୟେ ଦୋସ୍ତି ହମ ନେହିଁ ତୋଡ଼େଙ୍ଗେ.. । ଏସବୁ ଗୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଗରେ ପରିବେଷଣ କରାଯାଇଥିଲା । ବର୍ତ୍ତମାନ ଭିଏତନାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ହାନୋଇଠାରେ ଭାରତୀୟ ସଂପ୍ରଦାୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଇଣ୍ଡିଆନ୍‌ ଷ୍ଟଡି ସେଣ୍ଟରର ଭିଏତନାମ ଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରଚିତ ଗୀତ ସାବମତି କେ ସନ୍ତ .. ଖୁବ୍‌ ସୁନ୍ଦର ଭାବେ ଗାଇଥିଲେ । ସେହିଭଳି ଦୂତାବାସରେ ରହୁଥିବା ପରିବାର ସଦସ୍ୟମାନେ ଏବଂ ଛାତ୍ର ଛାତ୍ରୀ ମିଶି ଭାରତ-ଭିଏତନାମ ସମ୍ପର୍କକୁ ନେଇ ‘ୟେ ଦୋସ୍ତି.. ଗୀତ ଗାଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଭିଏତନାମ ସହ ଭାରତର ବ୍ୟାବସାୟିକ ସମ୍ପର୍କ ରହିଛି । ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ମଧ୍ୟ ସେ ଆହ୍ଵାନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.