Below header

ଯାଜପୁରରେ ବିରଜାଙ୍କ ପଂଜିକା ଅନୁଯାୟୀ ଦୋଳ ପୂର୍ଣ୍ଣିମା ପାଳନ

ଯାଜପୁର ଟାଉନ(କେନ୍ୟୁଜ୍) : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଆସନ୍ତାକାଲି ସାରାଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ ଆଜି ପାଳନ ହୋଇଥାଏ । ଏଥିପାଇଁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ସାଂଗ ସାଥି ମିଶି କରି ପରସ୍ପର ପରସ୍ପରକୁ ରଂଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ଭୋଜି ଭାତର ମଧ୍ୟ ଆୟୋଜନ କରି ହୋଲିର ମଜାଉଠାଇଛନ୍ତି ଯାଜପୁର ବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.