Below header

ରାଜ୍ୟର ୧୨ ଜିଲ୍ଲା କରୋନା ପାଇଁ ରେଡ୍‌ ଜୋନ୍‌ରେ, ଆଜି ଯୋଡି ହେଲା ଯାଜପୁର ଜିଲ୍ଲା

ରାଜ୍ୟର ୧୨ ଜିଲ୍ଲା ରେଡ୍‌ ଜୋନ୍‌। ପୂର୍ବରୁ ୧୧ ଜିଲ୍ଲା ଥିବା ବେଳେ ଆଜି ରେଡ୍‌ ଜୋନ୍‌ ତାଲିକାରେ ଯୋଡି ହୋଇଛି ଯାଜପୁର ଜିଲ୍ଲା। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍‌ଟିଭ୍‌ କେସ୍‌ ରହିଛି ୧ ହଜାର ୭୬। ପୂର୍ବରୁ ରେଡ୍‌ ଜୋନ୍‌ ତାଲିକାରେ ରହିଥିଲା ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ ଓ ବଲାଙ୍ଗିର। ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ଡକୁ ଲାଗି ରହିଥିବା ୮ ଜିଲ୍ଲା ରେଡ୍‌ ଜୋନରେ ରହିଛି । ୧୨ ରେଡ୍‌ ଜୋନରେ ରାଜ୍ୟର ପ୍ରାୟ ୭୧ ପ୍ରତିଶତ ଆକ୍ଟିଭ କେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.