ପୁରୀ: ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟ ବୀମା। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସକୁ ନିଯୁକ୍ତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ଏହା ଚୂଡ଼ାନ୍ତ ହୋଇଛି।
ଏହି ଅନୁମୋଦିତ ବୀମା ଯୋଜନା ଦ୍ବାରା ପ୍ରାୟ ୨୫୦୦ ସେବକ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ। ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମିଳିବ। ପୁନଶ୍ଚ କ୍ୟାନ୍ସର୍ ଓ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଉପଲବ୍ଧ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ସହିତ ସେବକମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପରିକଳ୍ପେ ଏକ ପ୍ରଭାବୀ ସହଭାଗିତା ନିମନ୍ତେ ଆଶା ପୋଷଣ କରିଛି।
Shree Jagannatha Temple Administration (SJTA) has appointed @NewIndAssurance to provide for Health Insurance coverage for all the Sevaks (Priests) of Shree Jagannatha Temple, Puri.
This was finalized today in a meeting chaired by @krishan_kumar09 , Chief Administrator, SJTA.
— Shree Jagannatha Temple Office, Puri (@SJTA_Puri) April 25, 2021
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ @NewIndAssurance କୁ ନିଯୁକ୍ତ କରାଯାଇଛି ।
— Shree Jagannatha Temple Office, Puri (@SJTA_Puri) April 25, 2021