ଅକ୍ଷୟ କୁମାର ପୁଣି ଦେଖାଇଲେ ମହାନତା, ଗୌତମ ଗମ୍ଭୀରଙ୍କ ସଂସ୍ଥାକୁ ଦେଲେ ୧ କୋଟି ଟଙ୍କା

ପୁଣି ଥରେ ସମଗ୍ର ଦେଶରେ ମହାମାରୀ ପାଇଁ ହାହାକାର ପରିସ୍ଥିତି ଦେଖାଦେଇଛି । ପ୍ରତିଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଏପରି ପରିସ୍ଥିତି ସରକାରଙ୍କ ପାଇଁ ଏକ ଚ୍ଯାଲେଞ୍ଜ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ବି କରାଯାଇଛି । ତେବେ ମହାମାରୀ ଭଳି ବିପଦ ସମୟରେ କିଛି ଲୋକ ସହାୟତାର ହାତ ହଢାଉଛନ୍ତି । ଏହା ମଧ୍ୟରେ ଏଥର କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀରଙ୍କ ସଂଗଠନକୁ ୧ କୋଟିର ସହାୟତା ପ୍ରଦାନ କରିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର।

ଗୌତମ ଗମ୍ଭୀରଙ୍କ ନିଜେ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି । ଏହାସହ ସହ ଖିଲାଡି ଷ୍ଟାରଙ୍କୁ ସାହାଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟରରେ ଗମ୍ଭୀର ଲେଖିଛନ୍ତି, ‘ଏହି ସମୟରେ ପ୍ରତିଟି ସାହାଯ୍ୟ ଆଶାର କିରଣ । ଏହି ଅର୍ଥରେ ଅଭାବୀ ଲୋକମାନଙ୍କ ପାଇଁ ଖାଦ୍ୟ, ଅମ୍ଳଜାନ ଏବଂ ଔଷଧ ବ୍ୟବସ୍ଥା କରାଯିବ ।

ସେହିପରି ଗୌତମଙ୍କ ଟ୍ୱିଟର ଜବାବ ଦେଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ ଲେଖିଛନ୍ତି, ‘ଏହା ପ୍ରକୃତରେ କଷ୍ଟକର ସମୟ । ମୁଁ ଖୁସି ଯେ ମୁଁ ସାହାଯ୍ୟ କରିପାରୁଛି । ଆଶା କରେ ଆମେ ଏଭଳି ଘଡିସନ୍ଧି ମୂହୂର୍ତ୍ତରୁ ଯଥାଶୀଘ୍ର ସମୟରୁ ବାହାରି ଆସିବା । ସମସ୍ତେ ସତର୍କତା ମାନନ୍ତୁ, ସୁରକ୍ଷିତ ରୁହନ୍ତୁ । ସୂଚନାଯୋଗ୍ଯ, କିଛିଦିନ ତଳେ ଅକ୍ଷୟ କୁମାର ମଧ୍ୟ କରୋନା ପଜିଟିଭର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.