ଅଲିମ୍ପିକ୍ସ ପୂର୍ବରୁ ଟୋକିଓ ସହ ତିନିଟି ଅଞ୍ଚଳରେ ଜରୁରୀକାଳୀନ ସ୍ଥିତି ଘୋଷଣା, ଏପ୍ରିଲ ୨୫ରୁ ମେ ୧୧ ଯାଏଁ ଲାଗୁ

ଅଲିମ୍ପିକ୍ସର ୩ ମାସ ପୂର୍ବରୁ ଟୋକିଓ ସହ ତିନିଟି ସହରରେ ଜରୁରୀ ସ୍ଥିତି ଘୋଷଣା କରିଛି ଜାପାନ। ବିଶ୍ୱର ଅନ୍ୟଦେଶ ତୁଳନାରେ ଜାପାନରେ ସଂକ୍ରମଣ କମ୍‌ ଥିଲେ ବି କିଛି ଦିିନ ହେବ ସାମାନ୍ୟ ବୃଦ୍ଧି ହୋଇଛି। ଯାହାକୁ ନେଇ ଚିନ୍ତା ବଢିଛି। କିନ୍ତୁ ଜାପାନ ସରକାର ଓ ଅଲିମ୍ପିକ୍ସ ଆସୋସିଏସନ କ୍ରୀଡ଼ା ମହାକୁମ୍ଭ ଆୟୋଜନ ସପକ୍ଷରେ ରହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଟୋକିଓ ସହ କ୍ୟୋଟା, ଓସାକା ଓ ହାଇଗୋରେ ଜରୁରୀ ସ୍ଥିତି ଘୋଷଣା ହୋଇଛି। ଏପ୍ରିଲ ୨୫ରୁ ମେ ୧୧ ତାରିଖ ଯାଏ ଏହି ଅଞ୍ଚଳରେ ଜରୁରୀ ସ୍ଥିତି ଜାରି ରହିବ। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଟୋକିଓରେ ୭୫୯ ଓ ଓସାକାରେ ୧୧୬୨ ଜଣ ସଂକ୍ରମିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.