STF ହାତରେ ବାଘଛାଲ ବେପାରୀ, ମହାନଦୀ କୂଳରେ ବାଘ ଛାଲ ଡିଲ୍‌ ଚାଲିଥିବା ବେଳେ ଚଢ଼ାଉ

କେନ୍ୟୁଜ୍(ବ୍ୟୁରୋ):STF ହାତରେ ବାଘଛାଲ ବେପାରୀ । ନୟାଗଡ଼ ଅଞ୍ଚଳରୁ ଗୋଟିଏ ଚିତା ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି STF । ମହାନଦୀ କୂଳରେ ବାଘ ଛାଲ ଡିଲ୍‌ ଚାଲିଥିବା ବେଳେ ଚଢ଼ାଉ କରିଥିଲା STF । ବେପାରୀ ସାଜି କାବୁ କରିଥିଲା STF । ଏଥିରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ବର୍ଷେ ମଧ୍ୟରେ ୧୩ଟି ଚିତା ବାଘ ଛାଲ, ୯ଟି ହାତୀ ଦାନ୍ତ ଜବତ କରିଛି STF । ଏହାସହ ୨ଟି ହରିଣ ଚମଡ଼ା, ୩ଟି ବଜ୍ରକାପ୍ତା ଜବତ ହୋଇଛି । ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି । ୧୫ଟି ମାମଲା ରୁଜୁ କରି ତଦନ୍ତ କରୁଛି STF । ବାଘଛାଲ ଓ ହାତୀ ଦାନ୍ତକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌କୁ ପଠାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.