Below header

ଟିକା ଦରକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର ସରକାର ୟୁନିଫର୍ମ ରେଟରେ କିଣି ସମସ୍ତ ଖର୍ଚ୍ଚ ବହନ କରିବାକୁ ଦାବି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟମାନେ ନିଜ ନିଜ ସ୍ତରରେ ମହାମାରୀର ମୁକାବିଲା କରୁଛନ୍ତି । କୋଭିଡ ଟିକା କିଣିବାରେ ଏତେ ଖର୍ଚ୍ଚ କଲେ ସ୍ୱାସ୍ଥ୍ୟ  ଭିତ୍ତିଭୂମିର ବିକାଶ ହେବ କେମିତି ? କୋଭାକ୍ସିନର ଦର ଆସିବା ପରେ କିଛି ଏଭଳି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏତେ ଟଙ୍କାରେ ଟିକା କିଣିଲେ ରାଜ୍ୟ ଉପରେ ଅଧିକ ଚାପ ପଡିବ । ତେଣୁ କେନ୍ଦ୍ର ସରକାର ୟୁନିଫର୍ମ ରେଟରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେପଟେ କୋଭାକ୍ସିନ ଦର ବୃଦ୍ଧି ପରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଲୋକଙ୍କ ଜୀବନ ସହ ଖେଳ ହେଉଛି ହେଲେ ମୋଦି କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁର । ମଧ୍ୟବିତ୍ତ ପରିବାରର ଲୋକେ ଏତେ ଟଙ୍କା କେଉଁଠୁ ଆଣିବେ । ତେଣୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ କହିଛନ୍ତି । ମାଗଣାରେ ଟିକା ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ମାଗଣାରେ ଟିକା ଦିଅନ୍ତୁ । ବିଭିନ୍ନ ରାଜ୍ୟରେ ସରକାର ମାଗଣାରେ ଟିକା ଦେଉଛନ୍ତି ।  ଏହାକୁ ନେଇ ରାଜନୀତି କରାନଯାଉ ।

ରାଜ୍ୟ ଉପରେ ଅଧିକ ବୋଝ ପଡ଼ିବନି ବୋଲି ସେ କହିଛନ୍ତି । କୋଭାକ୍ସିନ୍‌ ଟିକା ମୂଲ୍ୟ ୪ରୁ ୮ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ରାଜ୍ୟ ସରକାରଗୁଡ଼ିକ ଡୋଜ୍‌ ପ୍ରତି ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ୧୨ଶହ ଟଙ୍କାରେ କିଣିବେ କୋଭାକ୍ସିନ । ସେହିପରି ବାହାରକୁ ରପ୍ତାନୀ କଲେ ଡୋଜ୍‌ ପ୍ରତି ୧୫ରୁ ୨୦ ଡଲ୍‌ାର ଧାର୍ଯ୍ୟ କରିଛି କମ୍ପାନୀ । ଏନେଇ ଭାରତ ବାୟୋଟେକ୍‌ ଟ୍ଵିଟ୍‌ କରି ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.