Below header

ଜଳ ପାଲଟିଛି ଜହର : ବର୍ଷକ ଭିତରେ ଗଲାଣି ୮ ଜୀବନ, ବହୁଲୋକ ଅକ୍ରାନ୍ତ

ଜଳ ପାଲଟିଛି ଜହର । ବିଷାକ୍ତ ପାଣି ପିଇ ବର୍ଷକ ଭିତରେ ଗଲାଣି ୮ଜଣଙ୍କ ଜୀବନ । ଅନେକ ଲୋକ ଏବେ ବି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆତଙ୍କିତ ଅବସ୍ଥାରେ ଯାଜପୁର ଦାନଗଦୀ ବ୍ଲକ୍‌ର କୁଲାପିଟା ଗାଁଲୋକେ ।

water

ଯାଜପୁର ଦାନଗଦୀ ବ୍ଲକ୍‌ର କୁଲାପିଟା ଗାଁ । ଘରେ ଘରେ ଆତଙ୍କର ଛାଇ । କାରଣ ଗାଁରେ ଅଧିକାଂଶ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ । ବର୍ଷକ ମଧ୍ୟରେ ଗଲାଣି ୮ଜଣଙ୍କ ଜୀବନ । ନଳକୂଅରୁ ବାହାରୁଥିବା ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେବା ଫଳରେ ଲୋକଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି।

water 2

ଗାଁରେ ଥିବା ନଳକୂଅରୁ ଲାଲ ରଙ୍ଗର ପାଣି ବାହାରୁଛି। ଏ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଜଣାଇଛନ୍ତି । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ନଳକୂଅ ପାଣିର ପରୀକ୍ଷା ସହ ଗାଁଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.