ଜୀବନ ପ୍ରତି ବିପଦ ଥିବା କହି ରୋଗୀଙ୍କୁ ବ୍ଲାକ୍ ମେଲିଂ, ନର୍ସିଂ ହୋମ୍ ଯିବାକୁ ଉସକାଉଛନ୍ତି ଡାକ୍ତର

ବାଲେଶ୍ୱର(କେନ୍ୟୁଜ୍) :ବାଲେଶ୍ୱରରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ତିଆରି ହେଲା ମେଡିକାଲ କଲେଜ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଧୁନିକୀକରଣ ମଧ୍ୟ କରାଗଲା । ହେଲେ ସୁଧୁରୁନି ରୋଗୀଙ୍କ ସମସ୍ୟା । ରୋଗୀଙ୍କ ଜୀବନ ପ୍ରତି ବିପଦ ଥିବା କହି ପ୍ରାଇଭେଟ୍ ନର୍ସିଂ ହୋମରେ ଚିକିତ୍ସା କରାଇବାକୁ ଉସୁକାଉଛନ୍ତି ଜଣେ ଡାକ୍ତର । ଆଉ ସେହି ଆଳରେ ଟଙ୍କା ଲୁଟୁଥିବା ଅଭିଯୋଗ କରିଛନ୍ତି ରୋଗୀ ।

balesore

ରୋଗୀଙ୍କ ଜୀବନ ପ୍ରତି ବିପଦ ଥିବା କହି ପ୍ରାଇଭେଟ୍ ନର୍ସିଂ ହୋମରେ ଚିକିତ୍ସା କରାଇବାକୁ ଉସୁକାଉଛନ୍ତି । ଆଉ ସେହି ଆଳରେ ଟଙ୍କା ଲୁଟୁଛନ୍ତି ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର । ପୁଣି କେତେବେଳେ ଡାକ୍ତରଙ୍କ ଦେଖା ପାଇ ପାରୁନାହାନ୍ତି ରୋଗୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ । ଏନେଇ ରୋଗୀ ଠକାମୀର ଶିକାର ହେବା ସହ ନିରାଶ ହୋଇ ଘରକୁ ଫେରୁଛନ୍ତି ।

hospital

ସମସ୍ୟା ସମ୍ପର୍କରେ ରୋଗୀମାନେ ମେଡିକାଲ ପ୍ରଶାସନିକ ଅଧିକାରୀ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ କିଛି ସୁଫଳ ମିଳିନଥିବା ବେଳେ ଓଲଟା ସେମାନଙ୍କୁ ଡାକ୍ତରମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏ ସମ୍ପର୍କରେ କିଛି ଜାଣିନଥିବା କହି ସଫେଇ ଦେଇଛନ୍ତି ମେଡିକାଲ ପ୍ରାଶାସନିକ ଅଧିକାରୀ ଓ ସୁପରିଣ୍ଟେଣ୍ଡେଣ୍ଟ ।

ମେଡିକାଲ କଲେଜ ତିଆରି ପରେ ବାଲେଶ୍ୱରବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା ନେଇ ନୂଆ ଆଶା ସଂଚାର ହୋଇଥିବା ବେଳେ ଏଭଳି ଘଟଣା ରୋଗୀଙ୍କୁ ନିରାଶ କରୁଛି ।

Leave A Reply

Your email address will not be published.