ଗୋଲାମୁଣ୍ଡା ବ୍ଲକର ୧୦ଟି ପରିବାରଙ୍କ ବିସ୍ଥାପନ ଦୁଃଖ, ଥଇଥାନ ନକଲେ ଆତ୍ମହୁତି ପାଇଁ ଚେତାବନୀ

ସରକାରୀ ଜାଗାରେ ବସବାସ କରି ହଟ୍ଟହଟ୍ଟା ହେଉଛନ୍ତି ଲୋକେ । ରାସ୍ତାକାମ ପାଇଁ ବାସହରା ହୋଇଛନ୍ତି ୧୦ ଭୂମିହୀନ ପରିବାର । ଥଇଥାନ ନକଲେ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ସେପଟେ ଭୂମିହୀନଙ୍କୁ ଜମି ଯୋଗଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ।

biju

ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ସିଧାସଳଖ ହେବ ଯୋଗାଯୋଗ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ-ଗୋଲାମୁଣ୍ଡା ଦେଇ ଆରମ୍ଭ ହୋଇଛି ୪ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ ରାସ୍ତା । ହେଲେ ଏହି ରାସ୍ତା ଯୋଗୁ ବିସ୍ଥାପିତ ହୋଇଛନ୍ତି ଗୋଲାମୁଣ୍ଡା ବ୍ଲକ୍ର ୧୦ଟି ପରିବାର । ସେମାନଙ୍କ ଥଇଥାନ ପାଇଁ ପ୍ରଶାସନକୁ ବାରମ୍ବାର ଦାବି ଜଣାଇଛନ୍ତି । ହେଲେ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି। ଫଳରେ ସେମାନେ ରାଜରାସ୍ତାରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

biju 2

ଦୀର୍ଘ ୨୦ବର୍ଷ ହେବ ସରକାରୀ ଜାଗାରେ ଏମାନେ ଘର କରି ରହୁଥିଲେ । ହେଲେ ଏହି ରାସ୍ତା ଯୋଗୁ ଏମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି। ପ୍ରଶାସନ ତରଫରୁ ଘର ଭାଙ୍ଗିବାକୁ କୁହାଯାଇଥିବାରୁ ଚିନ୍ତାରେ ପଡିଛନ୍ତି ୧୦ ପରିବାର । ସେପଟେ ଭୂମିହୀନଙ୍କୁ ଜମି ଯୋଗଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । ବିସ୍ଥାପିତଙ୍କୁ ଥଇଥାନ କରିବାକୁ ଦାବି ହୋଇଛି।

 

Leave A Reply

Your email address will not be published.