ରୁପସା ରେଳ ଷ୍ଟେସନରେ ଅଘଟଣ : ଧାରଣା ପାର ହେଉଥିବା ବେଳେ କଟିଗଲେ ବାପ-ପୁଅ

ବାଲେଶ୍ୱର (କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରୁପସା ରେଳ ଷ୍ଟେସନରେ ଅଘଟଣ। ରେଳ ଧାରଣା ପାର ହେଉଥିବା ବେଳେ କଟି ଯାଇ ପ୍ରାଣ ହରାଇଲେ ବାପ ଓ ପୁଅ । ମୃତକ ହେଲେ ଯାଜପୁର ଯଖପୁରାର ପାତରାଜୁ ପ୍ରଧାନ ଏବଂ ତାଙ୍କ ପୁଅ ପୂର୍ବ ପ୍ରଧାନ । ମୃତ ଶିଶୁ ପୁତ୍ରର ବୟସ ମାତ୍ର ୫ବର୍ଷ। ଉଭୟ ରୁପସାରୁ ଯାଜପୁର ଯିବା ପାଇଁ ଉତ୍ତର କେବିନରୁ ଷ୍ଟେସନକୁ ଧାରଣାରେ ଚାଲିଚାଲି ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ରୁପସା ରେଳବାଇ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ମୃତ ପାତରାଜୁଙ୍କ ପତ୍ନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.