Below header

୫ ମହାନଗର ନିଗମ କମିଶନରଙ୍କୁ ଚିଠି, ହିଟୱେଭ ମୁକାବିଲା ପାଇଁ ତୁରନ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ

ତୁରନ୍ତ ଜଳଛତ୍ର ଖୋଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ । ହିଟୱେଭ ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମର କମିଶନରଙ୍କୁ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ଚିଠି ଲେଖିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ତୁରନ୍ତ ଜଳଛତ୍ର ଖୋଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ । ହିଟୱେଭ ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମର କମିଶନରଙ୍କୁ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ଚିଠି ଲେଖିଛନ୍ତି । ଛକ ଜାଗା, ବସ୍ ଷ୍ଟପ୍ ଓ ଗହଳି ସ୍ଥାନରେ ଜଳଛତ୍ର ଖୋଲିବା ସହ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି ।

ତେବେ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଖରାରୁ ରକ୍ଷା ପାଇବା ପାଇଁ ଲୋକେ ଗଛ ଛାଇରେ ଆଶ୍ରୟ ନେଉଛନ୍ତି । ଦୀର୍ଘ ସମୟ ପୋଖରୀ, ନଈରେ ଗାଧୋଉଛନ୍ତି । ସେହିପରି ପଇଡ, ମୃଦ୍ୟୁ ପାନୀୟ, ଲସି, ଆଇସକ୍ରିମ ଦୋକାନ ଆଗରେ ଭିଡ ଜମୁଛି । ସେହିପରି ଦିନ ୧୧ଟା ପରେ ରାସ୍ତା ଜନଶୂନ୍ୟ, ଚାରିଆଡେ ଖାଁ ଖାଁ ।

ସେପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ଓଡିଶା । ଉପକୂଳରୁ ଉପାନ୍ତ ହେଉ କି ବୌଦ୍ଧରୁ ଭୁବନେଶ୍ୱର । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ୱାଭାବିକ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ଦୁଇଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.