Vi ଲଞ୍ଚ କଲା ନୂଆ ସର୍ଭିସ୍‌, ସ୍ମାର୍ଟଫୋନରେ ବିନା ଡାଉନଲୋଡ କରି ଖେଳିପାରିବେ ଗ୍ରାଫିକ୍ସ ଗେମ୍‌

ଇଣ୍ଟରନେଟ୍‌ ବ୍ୟବହାର ଅଧିକ ବଢ଼ୁଥିବାରୁ ଭାରତର ଯୁବକମାନଙ୍କ ମଧ୍ୟରେ ଗେମ୍ସ ପାଇଁ କ୍ରେଜ୍‌ ବଢ଼ିଛି । ଏହାକୁ ନଜରରେ ରଖି କମ୍ପାନୀ ବର୍ତ୍ତମାନ ଏକ ଗେମିଂ ପ୍ଲାଟଫର୍ମ ଆଣିଛି ।

ଭୋଡ଼ାଫୋନ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍‌ କମ୍ପାନୀ । ବର୍ତ୍ତମାନ ପର୍ଯ୍ୟନ୍ତ Vi ଏହାର ଗ୍ରାହକମାନଙ୍କୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସର୍ଭିସ ଯୋଗାଉଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ଏକ ନୂଆ ସେଗମେଣ୍ଟ ଲଞ୍ଚ କରିଛି । ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ କ୍ଲାଉଡ୍ ଗେମିଂ ପାଇଁ ଷ୍ଟେପ୍‌ ନେଇଛି ଏବଂ ଗେମର୍ସମାନଙ୍କ ପାଇଁ କମ୍ପାନୀ ଏକ ନୂଆ ସର୍ଭିସ ମଧ୍ୟ ଆରମ୍ଭ କରିଛି ।

ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନ ଏବଂ ଇଣ୍ଟରନେଟର ବ୍ୟବହାର ଜୋରସୋରରେ ବଢ଼ିଛି । ଇଣ୍ଟରନେଟ୍‌ ବ୍ୟବହାର ଅଧିକ ବଢ଼ୁଥିବାରୁ ଭାରତର ଯୁବକମାନଙ୍କ ମଧ୍ୟରେ ଗେମ୍ସ ପାଇଁ କ୍ରେଜ୍‌ ବଢ଼ିଛି । ଏହାକୁ ନଜରରେ ରଖି କମ୍ପାନୀ ବର୍ତ୍ତମାନ ଏକ ଗେମିଂ ପ୍ଲାଟଫର୍ମ ଆଣିଛି । ସୂଚନା ଥାଉ କି ଭୋଡାଫୋନ୍ ଆଇଡିଆ ଗେମର୍ସମାନଙ୍କ ପାଇଁ କ୍ଲାଉଡ୍ ପ୍ଲେ ନାମକ ଏକ କ୍ଲାଉଡ୍ ଗେମିଂ ସର୍ଭିସ ଆରମ୍ଭ କରିଛି ।

ଭୋଡାଫୋନ୍ ଆଇଡିଆ ଦ୍ୱାରା ଆରମ୍ଭ ହୋଇଥିବା କ୍ଲାଉଡ୍ ଗେମିଂ ସର୍ଭିସ କ୍ଲାଉଡ୍ ଗେମିଂ କମ୍ପାନୀ କେୟାରଗେମ୍ ସହଯୋଗରେ ଆରମ୍ଭ ହୋଇଛି । ଆପଣ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ Viର କ୍ଲାଉଡ୍ ପ୍ଲେ ସର୍ଭିସ ବ୍ୟବହାର କରିପାରିବେ । Viର କ୍ଲାଉଡ୍ ପ୍ଲେ ଗେମିଙ୍ଗ ଫିଚର ଦ୍ୱାରା ଆପଣ ଏହାକୁ ଡାଉନଲୋଡ୍ ନକରି ମଧ୍ୟ ଖେଳି ପାରିବେ । Viର କ୍ଲାଉଡ ପ୍ଲେ ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଆକ୍ସନ, ଆଡଭେନଚର୍‌, ସ୍ପୋଟର୍ସ, ରେସିଂ, ଫାଇଟଂ ଭଳି ଅନ୍ୟ ସେଗମେଣ୍ଟର ଗେମ୍‌ ଖେଳିବା ପାଇଁ ମିଳିବ ।

ଯଦି ଆପଣ Viର କ୍ଲାଉଡ୍ ପ୍ଲେ ସର୍ଭିସର ମଜା ନେବାକୁ ଚାହାଁନ୍ତି, ତେବେ ସୂଚନା ଥାଉ କି ଯେ ଏହା ଏକ ସବସ୍କ୍ରିପସନ୍‌ ବେସଡ୍‌ ସର୍ଭିସ । ଯଦି ଆପଣ Vi ର ପୋଷ୍ଟପେଡ୍ ୟୁଜର, ତେବେ କ୍ଲାଉଡ୍ ପ୍ଲେ ପାଇଁ ଆପଣଙ୍କୁ ପ୍ରତି ମାସରେ ୧୦୦ ଟଙ୍କା ଦେବାକୁ ପଡିବ, ଯଦି ଆପଣ ଜଣେ ପ୍ରିପେଡ୍ ୟୁଜର୍ ତେବେ ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ ୧୦୪ ଟଙ୍କା ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.