ଖାଲରେ ଅଣେଇ ପଡିଲା ମାଛ ବୋଝେଇ ଟ୍ରକ୍, ରାସ୍ତା ଉପରୁ ବୋହି ନେଲେ ଲୋକେ

କଥାରେ ଅଛି ନା କାହାର ସର୍ବନାଶ ତ କାହାର ପୁଷ ମାସ । ଠିକ୍ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ବାଙ୍ଗିରିପୋଷି: କଥାରେ ଅଛି ମାଗଣା ପାଇଲେ ଆମ ଲୋକ ପିଚୁ ବି ଗିଳିଦେବେ । କାହାର କଣ ଯାଉ କି ନଯାଉ । ଆଗ ପଛ କିଛି ବିଚାର ନକରି ମାଗଣା ମାଲ୍ ମାନେ ଗୋଟେଇ ନିଅ । କଣ ଠିକ୍ କହିଲି ନା ।  ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କେମିତି ଜାତୀୟ ରାଜପଥରେ ଦୌଡା ଦୌଡି ହୋଇଯାଉଛନ୍ତି କିଛି ଲୋକ । ଭିଡ ବି ବେଶ୍ ଜମିଛି । ଭିଡିଓ ଦେଖି ଲାଗୁଥିଲା ଏଠାରେ ମାଗଣାରେ କଣ ବଣ୍ଟା ଚାଲିଲା ବୋଧେ  ।

ଘଟଣା କଣ ବୁଝିଲା ବେଳକୁ ଜଣାପଡିଲା କି, ଜାତୀୟ ରାଜପଥରେ ଯାଉଥିବା ଏକ ମାଛ ବୋଝେଇ ଗାଡିର ଚକ ଅସାବଧାନ ବଶତଃ ଗୋଟେ ବଡ ଖାଲରେ ପଡିଯିବା କାରଣରୁ ଗାଡି ଡାଲାରେ ଯାଉଥିବା ଜୀଅନ୍ତା ମଗୁର ମାଛ ଗୁଡିକ ଛିଟିଛି ହୋଇ ରାସ୍ତା ସାରା ପଡିଯାଇଥିଲେ । ଯାହାକୁ ଦେଖି ଆମ ଲୋକ କେମିତି ବା ଚୁପ୍ ହୋଇ ବସିଥାନ୍ତେ । ନଜର ପଡିବା କ୍ଷଣି ମାଛ ଧରିବା ପାଇଁ ସବୁ ଦୌଡିଥିଲେ । ଯାହାଫଳରେ ରାସ୍ତାରେ ଲାଗିଥିଲା ପ୍ରବଳ ଭିଡ । ରାସ୍ତା ସାରା ଖାଲି ମାଛ ଆଉ ମାଛ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବମ୍ବେଛକ ଅର୍ଧନିର୍ମିତ ଓଭରବ୍ରିଜଜ ନିକଟରେ ।

କଥାରେ ଅଛି ନା କାହାର ସର୍ବନାଶ ତ କାହାର ପୁଷ ମାସ । ଠିକ୍ ସେମିତି କାହାର କଣ ଯାଉଛି ଯାଉ ପଛେ ମାଗଣା ପାଇଲେ ମାନେ ଲୋକଙ୍କର ପୁରା ପୁଷ ମାସ ଏଠି । ତେବେ ଯାହା ସୂଚନା ମିଳିଛି କି, ଆନ୍ଧ୍ରରୁ ଏହି ଟ୍ରକଟି ଜୀଅନ୍ତା ମଗୁର ମାଛ ନେଇ କୋଲକତା ଅଭିମୁଖେ ଯାଉଥିବା ବେଳେ ରାସ୍ତା ଖରାପ ଯୋଗୁଁ ଖାଲ ଭିତରେ ଟ୍ରକ୍ ଟିର ଚକ ପଡିଯାଇଥିଲା ।

ଯାହାଫଳରେ ଗୋଟିଏ ପଟକୁ ଟ୍ରକଟି ଅଣେଇ ହୋଇଯାଇଥିଲା ଏବଂ  ଟ୍ରକ ଭିତରୁ ମାଛ ଗୁଡିକ ଛିଟିକି ହୋଇ ରାସ୍ତା ସାରା ବିଛେଇ ହୋଇ ପଡ଼ିଯାଇଥିଲା । ଆଉ ସେହି ମାଛକୁ ଗୋଟାଇ ପୁଣି ଟ୍ରକ୍ ରେ ଲୋଡ୍ କରିବେ କଣ, ଓଲଟି ମାଛ ଗୁଡିକ ନେବାପାଇଁ ରାସ୍ତାରେ ଲାଗିଥିଲା ପ୍ରବଳ ଭିଡ । ଯିଏ ଯେତେଟା ପାଇଲା ନେଇ ଚାଲିଲା । ଅନ୍ୟପଟେ କିଛି ସମୟ ପାଇଁ ଏଘଟଣାକୁ ନେଇ ରାସ୍ତା ଜାମ୍ ପରିସ୍ଥିତି ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.