ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାଶ, ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଜଳେଶ୍ୱର(କେନ୍ୟୁଜ): ଭିଜିଲାନ୍ସ ପଞ୍ଝାରେ ବିଡିଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । କଟକ ବୟାଳିଶ ମୌଜା ଶ୍ରୀକ୍ରିଷ୍ଣା ବିହାରର ୨ ମହଲା ଘରେ ଯାଞ୍ଚ ଚାଲିଛି ।
ସେଠାରୁ ନଗଦ ଲକ୍ଷେ ୭୦ ହଜାର ଟଙ୍କା ସହ ୪୦୦ ଗ୍ରାମରୁ ଅଧିକ ସୁନା, ୨ଟି କାର୍, ୨ଟି ବାଇକ୍ ଓ ଦାମୀ ଘଡି ଜବତ କରିଛି ଭିଜିଲାନ୍ସ । ଏହାସହ କଳପଡାରେ ୩ ମହଲା ଘରେ ମଧ୍ୟ ରେଡ୍ କରୁଛି ଟିମ୍ । ସେହିପରି ଜଳେଶ୍ୱରରେ ବିଡିଓଙ୍କ କାର୍ଯ୍ୟାଳୟ , ସରକାରୀ କ୍ୱାର୍ଟରରେ ଚାଲିଛି ଛାନ୍ଭିନ୍ । ଖପୁରିଆ ସରକାରୀ ପ୍ରେସ୍ରେ ଅଶ୍ୱିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ଅଫିସ୍ ଓ କେନ୍ଦ୍ରାପଡା ଜିଲ୍ଲା ଆଳି ଭୁଇଁପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଯାଞ୍ଚ ଚାଲିଛି । ଚଢାଉରେ ସାମିଲ ହୋଇଛନ୍ତି ୫ ଡିଏସ୍ପି, ୯ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।