ୱାର୍ଡ ମେମ୍ବରରୁ ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ ପାଲଟିଥିଲା ଜଳେଶ୍ୱରର ସେକ୍‌ ଆଜବାହାର,ଯୋଧପୁରରୁ ଗିରଫ କଲା ଏସଟିଏଫ

କେନ୍ୟୁଜ୍(ବ୍ୟୁରୋ): କୁଖ୍ୟାତ ନିଶା ବେପାରୀ ଜଳେଶ୍ୱରର ସେକ୍‌ ଆଜବାହାର । ୱାର୍ଡ ମେମ୍ବରରୁ ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ । ନିଶା କାରବାର ମାମଲାରେ ପୂର୍ବରୁ ତିନି ତିନି ଥର ଗିରଫ ହେବା ପରେ ଜାମିନରେ ବାହାରି ରାଜସ୍ଥାନର ଯୋଧପୁରରେ ଲୁଚିଥିଲା । ରାଜସ୍ଥାନ ପୋଲିସ ସହାୟତାରେ ଏସଟିଏଫ ଯୋଧପୁରରେ ଚଢଉ କରି ତାକୁ ଗିରଫ କରିଛି । ତାକୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି ।
ଚଳିତବର୍ଷ ଅଗଷ୍ଟ ୧୪ରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାର ରାଜପୁର ଗାଁରେ ଥିବା ଆଜବାହାର ଘରେ ଚଢଉ ହୋଇଥିଲା । ୨କିଲୋ ୪୦୨ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ଏସଟିଏଫ। ଫେରାର ଥିବା ଆଜବାହାର ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ବାରମ୍ବାର ସ୍ଥାନ ବଦଳାଇ ଲୁଚି ରହୁଥିଲା । ତା ନାଁରେ ଜଳେଶ୍ୱର, ବାଲେଶ୍ୱର, ଭୁବନେଶ୍ୱର ଓ ପଶ୍ଚିମବଙ୍ଗରେ ବ୍ରାଉନସୁଗାର କାରବାର ନେଇ ବିଭିନ୍ନ ମାମଲା ରହିଛି। କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ସେକ ରାଜାର ସେ ମୁଖ୍ୟ ସହଯୋଗୀ ବୋଲି ଜଣାପଡ଼ିଛି ।

ଏବେ ଧଳା ଜହରର କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଏସଟିଏଫ ଜୋରଦାର ଚଢ଼ାଉ କରୁଛି । ନିଶା ବେପାରୀଙ୍କୁ ଧରି ଜେଲରେ ଭର୍ତ୍ତି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.