କେବେ ଖାଇଛନ୍ତିକି ନିଆଁ ଗୁପଚୁପ, ଥରେ ଭିଡିଓ ଦେଖନ୍ତୁ ତ

ଗୁପଚୁପ ଭଳି ଏକ ଖାଦ୍ୟର ସ୍ୱାଦ କାହାକୁ ବା ପସନ୍ଦ ନଥିବ । ଗୁପଚୁପ, ଗୋଲଗପା, ପୁଚୁକା, ପାନିପୁରୀ ଯାହାବି କୁହନ୍ତୁ ନା କାହିଁକି ଶୁଣିବା ମାତ୍ରେ ମୁହଁରୁ ଲାଲ ବାହାରି ଆସେ । କିଛି ଲୋକ ରାଗ ରାଗ ଗୁପଚୁପ ପସନ୍ଦ କରୁଥିବା ବେଳେ କିଛି ଲୋକଙ୍କର ମିଠା ଗୁପଚୁପ ଖାଇବାର ଅଭ୍ୟାସ ଥାଏ । କିନ୍ତୁ କେବେ ଆପଣ ନିଆଁ ଗୁପଚୁପ ଖାଇଛନ୍ତି କି ? କିମ୍ବା କେବେ କାହାକୁ ଖାଉଥିବାର ଦେଖିଛନ୍ତିକି ? ଭାବୁଛନ୍ତିକି ଇଏ କଣ ଶୁଣିଦେଲେ । ହଁ ଆଂଜ୍ଞା ନିଆଁ ଗୁପ୍ଚୁପ ବା ଫାୟାର ଗୁପଚୁପ । ସେଥିରେ ହୁତୁହୁତୁ ହୋଇ ନିଆଁ ଜଳୁଥିବ ଆଉ ତାକୁ ପୁଣି ପାଟିରେ ପୂରେଇବେ । କଣ ଅବସ୍ଥା ହବ ଭାବୁଛନ୍ତି ନା । ଜମା ବି ଭବନ୍ତୁନି କି ବ୍ୟସ୍ତ ହୁଅନ୍ତୁନି ଥରେ ଖାଲି ଭାଇରାଲ ହେଉଥିବା ଏହି ଭିଡିଓ ଟିକୁ ଦେଖିଦିଅନ୍ତୁ । ସମସ୍ତେ ଜାଣନ୍ତିଯେ ସୋସିଆଲ ମିଡ଼ିଆରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ନେଇ ଅନେଇ ଅନେକ ଏକ୍ସପେରିମେଣ୍ଟ ମାନ କରାଯାଇଥାଏ । ଆଉ ଏବେ ଏହି ଫାୟାର ଗୁପଚୁପ ଉପରେ କରାଯାଉଛି ପରୀକ୍ଷଣ । ଏହାକୁ ଦେଖିବା ପରେ ଅନେକ ଲୋକ ଚିନ୍ତାରେ ପଡିଯାଇଛନ୍ତିଯେ ଦୋକାନୀ ଗୁପଚୁପ ପାଣିରେ କେମିତି ନିଆଁ ଲଗେଇ ଦେଉଛନ୍ତି । ଆଉ କିଛି ଜଣ ତ ଭାବି ଦେଉଛନ୍ତିଯେ ନିଆଁରେ ଗୁପଚୁପ ପୋଡି ଯାଉନି ତ । ତା ପ୍ରକୃତ ସ୍ୱାଦ ବିଗିଡି ଯାଉନି ତ ।

ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଆପଣ ଦେଖିପାରିବେ ଦୋକାନୀ ଯୁବତୀଙ୍କୁ ନିଆଁ ଲାଗିଥିବା ଏକ ଗୁପ୍ଚୁପ ଖାଇବାକୁ ଦେଉଛନ୍ତି । ଦୋକାନୀ ଜଣକ ନିଜେ ଲାଇଟର ଲଗାଇ ଗୁପ୍ଚୁପରେ ନିଆଁ ଲଗାଉଛନ୍ତି । ଆଉ ପରେ ଫାୟାର ପାନ ଭଳି ତାହାକୁ ଖାଇବାକୁ ଦେଉଛନ୍ତି । ଆଉ ତାହା ଭିତରେ ଆଳୁ, ସେଉ ଆଦି ଜିନିଷ ବ୍ୟତୀତ ଖଣ୍ଡେ କର୍ପୁର ବି ଅଛି । ଆଉ ଲାଇଟର ଲଗାଇବା ମାତ୍ରେ ନିଆଁ ଜଳି ଉଠୁଛି । ଏହାକୁ ଦେଖିବା ପରେ କିଛି ଗୁପ୍ଚୁପ ପ୍ରେମୀଙ୍କ ମନ ଖରାପ ହୋଇଥିବା ବେଳେ କିଛି ଜଣ ଏହାକୁ ଚାଖିବା ପାଇଁ ଏକସଶାଇଟେଡ଼ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.