Below header

ଟ୍ବିନ୍ ସିଟିରେ ମାତିଛନ୍ତି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ, ଜନସାଧାରଣଙ୍କୁ ସତର୍କ କରାଇଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: ରାଜଧାନୀରେ ଠକେଇର ନୂଆ ଫଣ୍ଡା । ମାତିଛନ୍ତି ଜମତରା ଗ୍ୟାଙ୍ଗ । ଭୁନେଶ୍ୱରରେ ସକ୍ରିୟ ରହିଛି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ନିଜକୁ SBI କର୍ମଚାରୀ ପରିଚୟ ଦେଇ ଠକେଇ କରୁଛନ୍ତି । ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା । ଏନେଇ ଏକ ଭିଡିଓ ଜାରି କରିଛି କମିଶନରେଟ୍‌ ପୋଲିସ ।

ଏହି ଗ୍ୟାଙ୍ଗଠୁ ଦୁରେଇ ରହିବାକୁ ପୋଲିସ ଲୋକମାନଙ୍କୁ ସତର୍କ କରାଇଛି । ବେକାର ଇଞ୍ଜିନିୟର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଉଛି ଏହି ଗ୍ୟାଙ୍ଗ । ଲୋକମାନଙ୍କୁ ଫୋନ୍‌ କରି ATMର ୧୬ ଟିକିଆ ନମ୍ବର ମାଗୁଛନ୍ତି । ନମ୍ବର ନଦେଲେ ଉଭୟ କାର୍ଡ ଓ ATMକୁ ବନ୍ଦ କରିବାକୁ ଧମକ ଦେଉଛି ଠକ ।

ଚଳିତ ବର୍ଷ ଟୁଇନସିଟିରେ ୧୦୦ ରୁ ଅଧିକ ମାମଲା ରୁଜୁ ହୋଇଛି। ଅଧିକାଂଶ ଅପରାଧ ଜମତରା ଗ୍ୟାଙ୍ଗ କରିଥିବା ସନ୍ଧେହ।
ବରିଷ୍ଠ ନାଗରିକ ମାନଙ୍କୁ ଟାର୍ଗେଟ କରେ ଏହି ଗ୍ୟାଙ୍ଗ ।  ଇଣ୍ଟରନେଟ୍ ବ୍ଯାଙ୍କିଙ୍ଗରେ ଅଧିକ ଅପରାଧ ଘଟୁଛି। ଝାଡଖଣ୍ଡ ର ଏହି ଜମତାରା ଗ୍ୟାଙ୍ଗ ଆମାଜନରେ ବି ଆକାଉଣ୍ଟ ଖୋଲି ଠକେଇ କରିଛନ୍ତି। ଫୋନ କରି QR କୋର୍ଡ ମାଗନ୍ତି ଏମାନେ। ରାତି ୧୨ ଟା ରୁ ୨ ମଧ୍ୟରେ ଏମାନେ ଅପରାଧ କରନ୍ତି। ସାଧାରଣ ଲୋକଙ୍କ ନିକଟକୁ ଏଭଳି ଫୋନ କଲ ଆସିଲେ ପୋଲିସକୁ ଅବଗତ କରାଇବାକୁ ପୋଲିସ କମିସନର ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.