ହିଲିୟମ ବେଲୁନ ସାହାଯ୍ଯରେ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଏ ଗୁଗଲ୍, ଜାଣନ୍ତୁ କେମିତି କରିଥାଏ କାମ

ବିଶ୍ୱର ଅନେକ ଅଞ୍ଚଳ ଏପରି ରହିଛି, ଯେଉଁଠି ବିକାଶର ‘ବ’ ଅକ୍ଷର ମଧ୍ୟ ଦେଖିବାକୁ ମିଳେନି । ଏଠାରେ ଇଣ୍ଟରନେଟ୍‌ ତ ଦୂରର କଥା ବିଜୁଳି ବତି ବି ଦେଖିବା କଷ୍ଟକର । ଏହି ସ୍ଥାନରେ ଇଣ୍ଟରନେଟ୍ କନେକ୍ଟିଭିଟି ପହଞ୍ଚାଇବା ପାଇଁ ଗୁଗଲ ପାଖରେ ଲୁନ୍ ନାମକ ଏକ ପ୍ରୋଜେକ୍ଟ ଅଛି । ଏଥିରେ ହିଲିୟମ ଭର୍ତ୍ତି ବଡ ବେଲୁନ୍ ସାମିଲ ଯାହା ମାଧ୍ୟମରେ ଅପହଞ୍ଚ ସ୍ଥାନକୁ ମଧ୍ୟ ଇଣ୍ଟରନେଟ୍ ପହଞ୍ଚାଯାଇଥାଏ । ଏହି ପ୍ରୋଜେକ୍ଟ ଅନୁସାରେ ଗୁଗଲ ହାଇ ଏଲ୍ଟିଟ ସ୍ଥାନକୁ ହାଇ ଆଲ୍ଟିଟ୍ୟୁଡ୍ ବେଲୁନ୍ସ ଜରିଆରେ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍ କନେକ୍ଟିଭିଟି ପ୍ରଦାନ କରିଥାଏ ।

ଗୁଗଲର ସହାୟକ କମ୍ପାନୀ ଅକ୍ଟୋବରରେ ସୂଚନା ଦେଇଥିଲା କି, ପ୍ରୋଜେକ୍ଟ ଲୁନର ବେଲୁନ୍ ୩୧୨ ଦିନ ଅର୍ଥାତ୍ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଷ୍ଟ୍ରେଟୋସ୍ଫେରିକ୍ ଉଡାଣର ଏକ ନୂଆ ରେକର୍ଡ କରିଛି । ଏହି ସମୟରେ ପ୍ରାୟ ୨.୧ ଲକ୍ଷ କିଲୋମିଟର ଦୂର ଯାତ୍ରା ମଧ୍ୟ କରିଥିଲା ।
ଏହି ବେଲୁନରେ ହାଇପ୍ରେସର ହିଲିୟମ୍ ଗ୍ୟାସ୍ ଭରିଦିଆଯାଏ । ଏହାପରେ ବେଲୁନଟି ଆକାଶରେ ବହୁତ ଉପରକୁ ଚାଲିଯାଏ ଏବଂ ଶୂନ୍ୟରେ ଲଟକି ରହିଥାଏ । ଉପରେ ରହି ଏହା ପୃଥିବୀପୃଷ୍ଠର ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ଇଣ୍ଟରନେଟ୍ ଯୋଗାଇ ପାରିଥାଏ ।

ballon

ତେବେ ଏହି ବେଲୁନର କିଛି ନେଗେଟିଭ୍ ଗୁଣ ମଧ୍ୟ ରହିଛି । ଏହା ଉପରେ କୌଣସି ମାନୁଆଲ୍ କଣ୍ଟ୍ରୋଲ ନଥାଏ ଅର୍ଥାତ୍ ହିଲିୟମ୍ ବେଲୁନ୍ କେବେ ଉପରକୁ ଉଠିବ ଏବଂ କେବେ ତଳକୁ ଖସିବ ସେ ସମ୍ପର୍କରେ କିଛି କହିହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.