Below header

କଂଗ୍ରେସକୁ ଏକଜୁଟ କରିବାକୁ ଉଦ୍ୟମ କରୁଛନ୍ତି ପିସିସି ସଭାପତି

ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତ ଦାସ ଓ ଚିରଂଜୀବୀ ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଏକାଠି କରି ଏହି ଅଭିଯାନ ଆରମ୍ଭ କରିଛନ୍ତି ନିରଂଜନ ପଟ୍ଟନାୟକ ।

ବାଲେଶ୍ୱର : ଗୋଷ୍ଠୀ କନ୍ଦଳ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଆସୁଥିବା ରାଜ୍ୟ କଂଗ୍ରେସ ଏବେ ଏକଜୁଟ ହୋଇଛି। ଦଳୀୟ କନ୍ଦଳକୁ ଭୁଲି ଦଳକୁ କିପରି ମଜବୁତ କରିହେବ, ସେଥି ପାଇଁ ବାଲେଶ୍ୱରରୁ ଦଳ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତ ଦାସ ଓ ଚିରଂଜୀବୀ ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଏକାଠି କରି ଏହି ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ । ସମସ୍ତେ ଏକ ମନ ହୋଇ ଦଳକୁ ତଳ ସ୍ତରରେ ମଜବୁତ କରିବା ସହ କ୍ଷମତା କିପରି ଦଳ ଫେରିବ, ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଲୋକଙ୍କ ପାଖକୁ ପହଂଚିବାକୁ ଉଦ୍ୟମ କରୁଛି ଦଳ।

ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପୂର୍ବରୁ ହିଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏକଜୁଟ ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦଳ କିପରି ଭଲ ପ୍ରଦର୍ଶନ କରିବ, ସେତିପାଇଁ ସବୁ ଗୋଷ୍ଠୀରେ ନେତାଙ୍କୁ ଡାକି ଆଲୋଚନା କରିଥିଲେ। ଦଳର ନେତାମାନେ ଏବେ ଏକଜୁଟ ହୋଇ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁକାବିଲ କାରିବାକୁ ଉଦ୍ୟମ ଚଳାଇଛି। ପୂର୍ବ ଓଡ଼ିଶା ଭଳି ଯେଉଁ ଅଂଚଳରେ ଦଳ ଦୁର୍ବଳ ରହିଛି, ସେହି ଅଂଚଳକୁ ଫୋକସ କରୁଛି ଦଳ।

ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପରଠାରୁ ଦଳର ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି। ନିକଟରେ ହାଇଦ୍ରାବାଦର ଏକ ସଂଗଠନ ପିପୁଲସ ପଲ୍‌ସର ସର୍ଭେରୁ ଏକ କଥା ଜଣାପଡିଛି। ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଦଳ ଏବେ ବିଜେପି ପାଖାପାଖି ପହଞ୍ଚିଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.