Below header

ବର୍ତ୍ତମାନ ନିର୍ବାଚନ ହେଲେ, କେଉଁ ଦଳ କେତେ ଆସନ ଜିତିବ ?

ବର୍ତ୍ତମାନ ନିର୍ବାଚନ ହେଲେ, କେଉଁ ଦଳ କେତେ ଆସନ ଜିତିବ। ନିର୍ବାଚନ ପୂର୍ବରୁ ବହୁ ଗଣମାଧ୍ୟମ ଏବେ ନିଜସ୍ୱ ସର୍ଭେରେ ଲାଗିଛନ୍ତି। ଭିନ୍ନ ଭିନ୍ନ ରେଜଲ୍ଟ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଏବିପି ନ୍ୟୁଜ୍‌-ସିଭୋଟର ଦେଶ୍‌ କା ମୁଡ୍‌ ସର୍ଭେ ପ୍ରକାଶିତ କରିଛିି। ବର୍ତ୍ତମାନ ନିର୍ବାଚନ ହେଲେ କାହାର କଣ ସ୍ଥିତି ରହିବ, ତାଉପରେ ସମୀକ୍ଷା ହୋଇଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ତାରିଖ ଘୋଷଣା ପରେ ଏବିପି ନ୍ୟୁଜ୍‌ ତିନି ରାଜ୍ୟର ସର୍ଭେ ପ୍ରସାରିତ କରିଛି। ଉଭୟ ସର୍ଭେ ଭିନ୍ନଭିନ୍ନ ଚିତ୍ର ପ୍ରକାଶ କରୁଛି। ଛତିଶଗଡ଼ରେ ଏବେ ଲୋକସଭା ନିର୍ବାଚନ ହେଲେ ଏନ୍‌ଡିଏ ୯ ଓ ୟୁପିଏ ୨ଟି ଆସନ ପାଇବ। ସେପଟେ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୪୭ ଓ ଅନ୍ୟାନ୍ୟ ୩ଟି ଆସନ ଜିତିବେ।

ସେହିପରି ରାଜସ୍ଥାନ ଲୋକସଭାରେ ବିଜେପିକୁ ୧୮ ଓ ୟୁପିଏକୁ ୬ ଆସନ ଦେଇଛି ସର୍ଭେ। କିନ୍ତୁ ବିଧାନସଭା ପାଇଁ କଂଗ୍ରେସକୁ ୧୪୨, ବିଜେପିକୁ ୫୬ ଓ ଅନ୍ୟାନ୍ୟକୁ ଦିଆଯାଇଛି ୨ଟି ଆସନ। ମଧ୍ୟପ୍ରଦେଶରେ ଏନ୍‌ଡିଏକୁ ୨୩ ଓ ୟୁପିଏକୁ ସିଭୋଟର ଦେଇଛି ୬ଟି ଆସନ। କିନ୍ତୁ ବିଧାନସଭାରେ ଚିତ୍ର ଭିନ୍ନ। ବିଜେପିକୁ ୧୦୮ ଓ କଂଗ୍ରେସକୁ ୧୨୮ ଆସନ ଦେଇଛି ସର୍ଭେ।

ସର୍ଭେର ଏହି ଅସଙ୍ଗତି ଭିତରେ ମଧ୍ୟ ଓଡ଼ିଶା ରହୁଛି। ବର୍ତ୍ତମାନ ରାଜ୍ୟରେ ବିଜେଡିର ୧୧୭, ବିଜେପି ୧୦ ଜଣ ଓ କଂଗ୍ରେସର ୧୫ ବିଧାୟକ ଅଛନ୍ତି। ଲୋକସଭାରେ ବିଜେଡିର ୧୯ ଓ ବିଜେପିର ଗୋଟିଏ ସାଂସଦ ଅଛନ୍ତି। ଏବିପି-ସିଭୋଟର ଓଡ଼ିଶା ସର୍ଭେରେ କହିଛି ଲୋକସଭା ପାଇଁ ବିଜେପି ୧୩ଟି ଆସନ ଜିତିବ। ବିଜେଡି ପାଇବ ୬ ଓ କଂଗ୍ରେସ ପାଇବ ଦୁଇଟି ଆସନ। ଲୋକସଭାରେ ଗୋଟିଏ ଦଳ ଓ ବିଧାନସଭାରେ ଆଉ ଏକ ଦଳ ଅଧିକ ଭୋଟ୍‌ ପାଉଛି। ସର୍ଭେରେ ଏଭଳି ଅସଙ୍ଗତିକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।

ଦେଶ କା ମୁଡ଼ ହୋଇଥିବା ସର୍ଭେରେ ଲୋକଙ୍କ ମୁଡ୍‌ର ସ୍ପଷ୍ଟ ସୂଚନା ମିଳୁ ନାହିଁ। ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ସର୍ଭେ ଭୁଲ ପ୍ରମାଣିତ ହେଉଥିବା ନଜିର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.