ରାଜ୍ୟରେ ୨୦୧୯ ପୂର୍ବରୁ ଗଠନ ହୋଇ ପାରିବ କି ଲୋକାୟୁକ୍ତ ?

ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ଜୋର ଧରିଛି। ଲକ୍ଷ୍ୟ ରହିଛି ୨୦୧୯ ପୂର୍ବରୁ ଲୋକାୟୁକ୍ତ ଗଠନ। ଲୋକାୟୁକ୍ତ ନିୟମ ଅନୁଯାୟୀ, ଲୋକପାଳ ସିଲେକ୍ସନ କମିଟି ଏକ ସର୍ଚ୍ଚ କମିଟି ଗଠନ କରିବେ। ସର୍ଚ୍ଚ କମିଟି, ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ନେଇ ଏକ ବିଭିନ୍ନ ବ୍ୟକ୍ତିଙ୍କ ନାଁକୁ ନେଇ ପ୍ୟାନେଲ ପ୍ରସ୍ତୁତ କରିବେ। ସେହି ପ୍ୟାନେଲ ଭିତରୁ ସିଲେକ୍ସନ କମିଟି ଅଧ୍ୟକ୍ଷ ଓ ସଦସ୍ୟ ଚୟନ କରିବେ।

ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ସିଲେକ୍ସନ କମିଟି ସପୂର୍ଣ୍ଣ ହୋଇ ପାରିନାହିଁ। ନିୟମ ମୁତାବକ, କମିଟରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ। ସଦସ୍ୟ ରହିବେ ବିରୋଧୀ ଦଳ ନେତା, ବାଚସ୍ପତି, ହାଇକୋର୍ଟ ପ୍ରଧାନ ବିଚାରପତି କିମ୍ବା ତାଙ୍କ ପ୍ରତିନିଧି ଓ ରାଜ୍ୟପାଳଙ୍କ ତରଫରୁ ଜଣେ ନାମୀ ଆଇନ ବିଶାରଦ। ରାଜ୍ୟପାଳଙ୍କ ତରଫରୁ ସଦସ୍ୟ ଥିବା ବ୍ୟକ୍ତିଙ୍କ ନାଁ ସୁପାରିଶ କରିବେ ୪ ଜସସ୍ୟ। ଏଥିପାଇଁ ଗତକାଲି ବୈଠକ ବସିଥିଲା। ପଞ୍ଚମ ବ୍ୟକ୍ତିଙ୍କ ନାଁ ସୁପାରିସ କରାଯାଇଛି।

୨୦୧୩ରେ କେନ୍ଦ୍ରରେ ଆସିଥିଲା ଲୋକପାଳ ଓ ଲୋକାୟୁକ୍ତ ଆଇନ। ସେହି ଆଇନ ଅନୁଯାୟୀ ପ୍ରତି ରାଜ୍ୟରେ ଗଠନ ହେବ ଲୋକାୟୁକ୍ତ। ଏ ନେଇ ରାଜ୍ୟ ବିଧାନସଭାରେ ୨୦୧୪ ଫେବ୍ରୁଆରୀ ୧୪ ଲୋକାୟୁକ୍ତ ବିଲ୍‌ ପାସ୍‌ ହୋଇଥିଲା। ୨୦୧୫ରେ ମିଳିଥିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଲୋକପାଳ ଓ ଲୋକାୟୁକ୍ତ ଆଇନ ପାସ ହେବାର ବର୍ଷ ଭିତରେ ଲୋକପାଳ ଓ ଲୋକାୟୁକ୍ତ ଗଠନ ହେବା କଥା। କିନ୍ତୁ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏହାକୁ ଗଠନ କରିବାରେ ସଫଳ ହୋଇଛନ୍ତି।

ଏବେ ସରକାର ୨୦୧୯ ପୂର୍ବରୁ ଲୋକାୟୁକ୍ତ ଗଠନ ନେଇ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି। ସିଲେକ୍ସ କମିଟିର ପଞ୍ଚମ ସଦସ୍ୟଙ୍କ ନିଯୁକ୍ତି ପରେ ସର୍ଚ୍ଚ କମିଟି ଗଠନ ହେବ। ସର୍ଚ୍ଚ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ପ୍ରସ୍ତୁତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.