Below header

ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା । ଏନଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଚଳିତ ବର୍ଷ ୪ଟି ପର୍ଯ୍ଯାୟରେ ହେବ । ପ୍ରଥମ ପର୍ଯ୍ଯାୟ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବ । ୨ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇଥିବା ବେଳେ ୧୨ଟା ଯାଏଁ ଚାଲିବ ।

ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ ଟା ଯାଏଁ ହେବ । ଓଡିଶାର ୧୭ଟି ସହରରେ ପରୀକ୍ଷା ହେଉଛି । କୋଭିଡ କଟକଣା ଭିତରେ ପରୀକ୍ଷା କରାଯାଉଛି । ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ପାଇଁ ୬ ଲକ୍ଷ ୬୧ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ଦ୍ୱିତୀୟ ପର୍ଯ୍ଯାୟ ପରୀକ୍ଷା ମାର୍ଚ୍ଚ ୧୫ ରୁ ୧୮, ତୃତୀୟ ପର୍ଯ୍ଯାୟ ପରୀକ୍ଷା ଏପ୍ରିଲ ୨୭ ରୁ ୩୦ ଏବଂ ଚତୁର୍ଥ ପର୍ଯ୍ଯାୟ ପରୀକ୍ଷା ମେ ୨୪ ରୁ ୨୮ ତାରିଖ ଯାଏଁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.