Below header

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣା: ୧୩ ଦିନ ପରେ ବି କାରଣ ଖୋଜୁଛି ପୋଲିସ୍ , ଆଜି ଆସିପାରେ ଭିସେରା ରିପୋର୍ଟ

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁର କାରଣ କଣ ? ୧୩ ଦିନ ପରେ କାରଣ ଖୋଜୁଛି ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ପୋଲିସ ଏକପ୍ରକାର ନିଶ୍ଚିତ ହୋଇଛି । । ବୟଫ୍ରେଣ୍ଡ ରାକେଶ ସ୍ୱାଇଁର ବୟାନ, ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି ଯାଜପୁର ପୋଲିସ । ଯଦି ହତ୍ୟା, ତେବେ କାହିଁକି ନିଜ ପ୍ରେମିକାକୁ ମାରିଲା ରାକେଶ ? ପ୍ରେମରେ ବିଫଳତା ସହ ତ୍ରିକୋଣୀୟ ପ୍ରେମ ଦିଗରେ ବି ତଦନ୍ତ ଆଗେଇଛି ।

୨୪ରୁ ୨୬ ତାରିଖ ଭିତରେ ଝରାଫୁଲ-ରାକେଶ କେତେ ଥର କଥା ହୋଇଥିଲେ ? ଝରାଫୁଲଙ୍କ ମୃତ୍ୟୁ ପରେ କେଉଁମାନଙ୍କ ସହ ଯୋଗାଯୋଗରେ ଥିଲା ରାକେଶ ? ସେସମ୍ପର୍କିତ ତଥ୍ୟ ବି ପୋଲିସ ହାସଲ କରିଛି । ପୁଣି ଥରେ ରାକେଶକୁ ରିମାଣ୍ଡରେ ନେଇ ଜେରା ପାଇଁ ଯୋଜନା କରୁଛି ଯାଜପୁର ପୋଲିସ ।

jharaphula deathଭୁବନେଶ୍ୱରରୁ ମୃତଦେହକୁ ଯାଜପୁରରେ ଫିଙ୍ଗିବା, ଗାଡ଼ି ନମ୍ବର ପ୍ଲେଟକୁ ଡିକି ଭିତରେ ରଖିବା, ଝରାଫୁଲଙ୍କ ମୋବାଇଲ୍‌ ଫୋନକୁ କୁଆଡ଼େ ଫିଙ୍ଗିଦେବା ଓ ନିଜେ ପିନ୍ଧିଥିବା ପୋଷାକକୁ ଲୁଚାଇ ରଖିବା ଝରାଫୁଲ ଡେଥ୍‌ ସସପେନ୍ସକୁ ରହସ୍ୟ ଭିତରକୁ ଟାଣି ନେଇଛି । ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଆଜି ଆସିପାରେ ଭିସେରା ରିପୋର୍ଟ। ସେପଟେ ରାକେଶର ସହଯୋଗୀ ଶକ୍ତିଶେଖର ପୋଲିସ ପଞ୍ଝାକୁ ଆସିଲେ ଖୋଲିବ ଗୁମର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.