ଆସନ୍ତା ୨ ଦିନ ଯାଏ ରାଜ୍ଯରେ ଜାରି ରହିବ ଶୀତର ଲହରୀ, ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ପୁଣି ଶୀତ ଲହରୀ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ। ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

cold waveଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି। ଆସନ୍ତା ୨ ଦିନ ମଧ୍ୟରେ ଅନେକ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ସମ୍ବଲପୁରର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.