Below header

ଆଦର୍ଶ ଗ୍ରାମ କଲରାବାଙ୍କରେ ସମୟ କାଟିଲେ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଜନଜାତି ପିଲା

ଜଗତସିଂହପୁର (କେନ୍ୟୁଜ୍‌) : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କକୁ ବୁଲି ଦେଖିଲେ ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦିବାସୀ ପିଲା । ଭୁବନେଶ୍ୱର ଠାରେ ନେହରୁ ଯୁବ କେନ୍ଦ୍ର ଓ କେନ୍ଦ୍ର ଯୁବ ଓ କ୍ରୀଡା ବିଭାଗ ଆନୁକୂଲ୍ଯରେ ଆଦିବାସୀ ଯୁବକ ଯୁବତୀମାନଙ୍କ ଭାବର ଆଦାନ ପ୍ରଦାନ କର୍ମଶାଳା ଅନୁଷ୍ଠିତ ହେଉଛି । କିଟ୍‌ ପରିସରରେ ହେଉଥିବା ସାତ ଦିନିଆ କର୍ମଶାଳା ଗତ ୨୩ ତାରିଖରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୨୯ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦିବାସୀ ପିଲାମାନେ ଭାଗ ନେଇଛନ୍ତି । ଏଥି ସହିତ ଓଡିଶାର କେନ୍ଦୁଝର, କଟକ, ଖୋର୍ଦ୍ଧା, ବରଗଡ଼, ଫୁଲବାଣୀ ଜ଼ିଲ୍ଲାର ଡିଷ୍ଟ୍ରିକ ୟୁଥ ଅଫିସରମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି କାର୍ଯ୍ଯ କ୍ରମରେ ରାଜ୍ଯ ରାଜ୍ଯ ମଧ୍ୟରେ ସଂସ୍କୃତି, ଐତିହ୍ଯ, ପରମ୍ପରା, ଲୋକକଳା, ଶିକ୍ଷା, କ୍ରୀଡ଼ା, ଭାଷାର ଆଦାନ ପ୍ରଦାନ କରିବା ସହ ଏହି ବିଷୟରେ ତାଲିମ ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜାଗାକୁ ଭ୍ରମଣ କରିବା ପରେ ଏହି ପିଲାମାନେ ଆଜି ଆଦର୍ଶ ଗ୍ରାମ କଲରାବାଙ୍କକୁ ବୁଲି ଦେଖିଛନ୍ତି । ଏହି ଅବସରରେ କଲରାବାଙ୍କ ନୀଳିମାରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ସିଇଓ ଦୁର୍ଗା ଚରଣ ସାମନ୍ତ, ଗ୍ରାମ ମହିଳା ସମିତି ଓ ଯୁବକ ସଂଘର କର୍ମକର୍ତ୍ତା ଏବଂ ସ୍କୁଲର ପରାମର୍ଶଦାତା ନାରାୟଣ ପରିଡା ପ୍ରମୁଖ ପିଲାମାନଙ୍କୁ ସ୍ୱାଗତ କରିବା ସହ ଗ୍ରାମ ବୁଲାଇ ଦେଖାଇ ଥିଲେ । ପରେ ଅନାଦି ଚରଣ ଛାତ୍ରାବାସ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର କଳିଙ୍ଗ ଇଂରାଜୀ ମିଡିୟମ ଓ ଓଡ଼ିଆ ମିଡିୟମ ସ୍କୁଲର ସମ୍ପାଦିକା ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ଯୋଗ ଦେଇଥିଲେ । ପିଲାମାନଙ୍କୁ କଲରାବାଙ୍କ ଗ୍ରାମ ସହିତ ଏହି ଗ୍ରାମର ବରପୁତ୍ର ତଥା କିଟ୍‌ କିସ୍‌ର ପ୍ରତିଷ୍ଠାତା, ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଅବଦାନ ବିଷୟରେ କହିଥିଲେ । ଆଦର୍ଶ ଗ୍ରାମ କଲରାବାଙ୍କର ମୁଖ୍ଯ ବିନ୍ଧାଣୀ ମା ନୀଳିମା ରାଣୀଙ୍କ କାହାଣୀ ପିଲାମାନଙ୍କୁ ଶୁଣାଇଥିଲେ ।

KALARABANKA-3

ଅନ୍ଯମାନଙ୍କ ମଧ୍ୟରେ ନେହରୁ ଯୁବ କେନ୍ଦ୍ରର ରିଜିଓନାଲ କୋଅଡିନେଟର ରୀତା ଭଗତ, ଡେପୁଟି ଡାଇରେକ୍ଟର ନେହରୁ ଯୁବ କେନ୍ଦ୍ର ଓଡିଶା ୱେଷ୍ଟର୍ନ ଜୋନର ବିମଲ ପ୍ରତୀକ୍ଷା, ଉପନିର୍ଦେଶକ କଟକର ଅଶୋକ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ପରେ ନେହୁର ଯୁବ କେନ୍ଦ୍ର ପକ୍ଷରୁ ଗ୍ରାମର ମହିଳା ସମିତି ଓ ଯୁବକ ସଂଘ କୁ ଖେଳ ସାମଗ୍ରୀ ପ୍ରଦାନ କରା ଯIଇଥିଲା । ଡକ୍ଟର ଇତି ସାମନ୍ତ ପିଲାମାନଙ୍କ ଗ୍ରୁପ ଲିଡରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

KALARABANKA-1

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.