Below header

ଆନ୍ଧ୍ର ପରେ ଏବେ ସାମ୍ନାକୁ ଆସିଛି ଝାରଖଣ୍ଡ-ଓଡିଶା ସୀମା ବିବାଦ, ନୂତନ ରାସ୍ତା କୁ ସମ୍ପ୍ରସାରଣ କରିବାକୁ ଦେଉ ନାହାନ୍ତି ଝାରଖଣ୍ଡି ବାସିନ୍ଦା

କରଞ୍ଜିଆ: ଆନ୍ଧ୍ର ଓ ଓଡିଶା ସୀମା ବିବାଦ ପରେ ଏବେ ନୂଆ ସୀମା ବିବାଦ ସାମ୍ନାକୁ ଆସିଛି । ତାହା ହେଉଛି ଝାରଖଣ୍ଡ ଓ ଓଡିଶା ସୀମା ବିବାଦ । ଆନ୍ଧ୍ର ପରେ ଏବେ ଝାରଖଣ୍ଡ ଦେଖାଉଛି ଦାଦାଗିରି । ଦିନେ ମୟୁରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଗଡ଼ଜାତ ରାଜ୍ଯ ଥିଲା । ସରକାର ଯେତେବେଳେ ରାଜ୍ଯ ଗଠନ କରିଲେ ସେତେବେଳେ ଗୋଟିଏ ଗାଁକୁ ଦୁଇ ଭାଗରେ ବିଭକ୍ତ କରିଦେଲେ । ଗୋଟିଏ ଗାଁର ଲୋକମାନେ ଦୁଇଟି ରାଜ୍ଯର ଅଧିବାସୀ ହୋଇଗଲେ । ପ୍ରଥମେ ବିହାର ପରବର୍ତ୍ତୀ ସମୟରେ ଝାରଖଣ୍ଡ ରାଜ୍ଯରେ ସାମିଲ ହେଲେ । ଏମିତି ଏକ ଗାଁ ହେଉଛି ମୟୁରଭଞ୍ଜ ଜିଲ୍ଲାର ରରୁଆ ବ୍ଳକ ର ଡେଣୁଆ ଗାଁ ।

ରାସ୍ତା ଏ ପଟେ ଓଡ଼ିଶା ଏବଂ ରାସ୍ତା ସେ ପଟେ ଝାରଖଣ୍ଡ । ଓଡ଼ିଶାର ଗାଁ ନାଁ ହେଉଛି ଡେଣୁଆ ଝାରଖଣ୍ଡ ଗାଁ ର ନାଁ ହେଉଛି ବାଳିବନ୍ଧ । ଓଡିଶା ପଟେ ୨୩ ଟି ପରିବାର ରହୁଥିବା ବେଳେ ଝାରଖଣ୍ଡ ପଟେ ରହୁଛନ୍ତି ୩୨ ଟି ପରିବାର । ଗୋଟିଏ ସ୍ଥାନରେ ଗୋଟିଏ ଜାତିର ଲୋକ ରହୁଛନ୍ତି । ହେଲେ ସରକାରୀ ଯୋଜନା ଅଲଗା ଅଲଗା । ଝାରଖଣ୍ଡ ରେ ବିଧବା, ବାର୍ଦ୍ଧକ୍ଯ ଭତ୍ତା,ଏକ ହଜାର ଟଙ୍କା ଥିବାବେଳେ ଓଡ଼ିଶାରେ ୫୦୦ ଟଙ୍କା । ଝାରଖଣ୍ଡରେ ବିଦୂତ ବିଲ ୪୨ ଟଙ୍କା ଆସୁଥିବା ବେଳେ ଓଡ଼ିଶାରେ ନ କହିବା ଭଲ । ତେବେ ଓଡ଼ିଶା ଲୋକଙ୍କର ଝାରଖଣ୍ଡରେ ଚାଷ ଜମିଥିବା ବେଳେ ଝାରଖଣ୍ଡ ଲେକଙ୍କ ଓଡ଼ିଶାରେ ମଧ୍ୟ ଚାଷ ଜମି ଅଛି। କିନ୍ତୁ ଏବେ ରରୁଆ ରୁ ଘାଘରବେଡା ନୂତନ ରାସ୍ତା କୁ ବିରୋଧ କରୁଛନ୍ତି ଝାରଖଣ୍ଡି ବାସିନ୍ଦା । ପୂର୍ବରୁ ଓଡିଶା ର୍ନିମାଣ କରିଥିବା ରାସ୍ତାକୁ ଏବେ ଝାରଖଣ୍ଡ ବାସିନ୍ଦା କହୁଛନ୍ତି ଆମ ଝାରଖଣ୍ଡର ଏହାକୁ ନେଇ ଆରମ୍ଭ ହେଇଛି ଝାରଖଣ୍ଡ ଓ ଓଡିଶା ସୀମା ବିବାଦ। ନୂତନ ରାସ୍ତା କୁ ସମ୍ପ୍ରସାରଣ କରିବାକୁ ଦେଉ ନାହାନ୍ତି ଝାରଖଣ୍ଡି ବାସିନ୍ଦା ।

ଯେତେବେଳେ ରାଜ୍ଯ ବିଭାଜନ ହୁଏ ସେତେବେଳେ ପାହାଡ଼ ପର୍ବତ କିମ୍ବା ନଦୀ କୁ ନେଇ ହୋଇଥାଏ କିନ୍ତୁ ଏଠାରେ ଗୋଟିଏ ରାସ୍ତାକୁ ନେଇ ହେଇଛି । ଝାରଖଣ୍ଡ ରାଜ୍ଯର ସରକାର ବିଭିନ୍ନ ଉଚ୍ଚ କୋଟିର ଯୋଜନା କରୁଛନ୍ତି ସୀମାନ୍ତ ବର୍ତ୍ତି ଅଞ୍ଚଳରେ । ତେବେ ଏହି ବିବାଦ ପରେ ବିଜେପିର ବରିଷ୍ଠ ନେତା ମାନେ ଏହି ଗାଁ କୁ ଆସିଥିଲେ ଏବଂ ଉଭୟ ପକ୍ଷର ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ।

ତେବେ ଦେଖାଯାଉ ଓଡିଶା ଓ ଝାରଖଣ୍ଡର କିଛି ଗାଁରେ ସୀମା ବିବାଦ କେବେ ସରୁଛି ଆଉ ସରକର ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.