ଟିସୁ ବିକିବା ବାହାନାରେ ଦୀପିକା ପାଦୁକୋନଙ୍କ ପର୍ସ ଚୋରି କରିବାକୁ ଉଦ୍ଯମ, ଭିଡିଓ ଭାଇରଲ

ନିଜର ପସନ୍ଦିତା ସେଲିବ୍ରିଟିଙ୍କର ଟିକେ ଝଲକ ପାଇବା ପାଇଁ ଫ୍ଯାନ ପାଗଳ ହୋଇଯାଆନ୍ତି। କିନ୍ତୁ ବେଳେ ବେଳେ ଏମିତି ପରିସ୍ଥିତି ସେଲିବ୍ରିଟିଙ୍କୁ ଅସୁବିଧାରେ ପକାଇଦିଏ। ଠିକ୍ ଏମିତି କିଛି ଘଟିଛି ବଲିଉଡର ‘ମସ୍ତାନୀ’ ଅର୍ଥାତ୍ ଦୀପିକା ପାଦୁକୋନଙ୍କ ସହ ହୋଇଛି।

ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭିଡ଼ି ଭିତରେ ଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ଡରି ଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ତାଙ୍କ ବ୍ୟାଗକୁ ଟଣାଟଣି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ପିକା ପାଦୁକୋନଙ୍କ ସହ ଏହି ଘଟଣା ସୁଟିଂ ପରେ ନିକଟସ୍ଥ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ ପାଇଁ ପହଞ୍ଚିବା ପରେ ଘଟିଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

ଦୀପିକାଙ୍କୁ ଆଉଟଲେଟରୁ ବାହାରକୁ ଦେଖି ତାଙ୍କ ଫ୍ୟାନ୍ସ ପାପରାଜୀଙ୍କ ସହିତ ଟିସୁ ବିକ୍ରୟ କରୁଥିବା କିଛି ମହିଳା ମଧ୍ୟ ସେଠାରେ ପହଞ୍ଚିଥିଲେ, ଯେଉଁମାନେ ଦୀପିକାଙ୍କୁ ଟିସୁ କିଣିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ଭିଡ଼ ଭିତରେ ଅଭିନେତ୍ରୀ କାର ନିକଟକୁ ଯାଉଥିବା ଦେଖିବା ପରେ ତାଙ୍କ ହ୍ୟାଣ୍ଡବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୀପିକା ତାଙ୍କ ବ୍ୟାଗକୁ ଧରିନେଇଥିଲେ। ପ୍ରସିଦ୍ଧ ସେଲିବ୍ରିଟି ପାପାରାଜୀ ବିରଳ ଭୟାନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।