୫୪ ବର୍ଷ ପରେ ଦେଖିବାକୁ ମିଳିଲା ବିଷାକ୍ତ ସ୍ଯାଡୋ ସ୍ନେକ, ଶିକାର ଓ ଶିକାରୀକୁ ମାତ୍ ଦେଇଥାଏ ଏହି ସାପ
ସାପ, ନାଁ ଶୁଣିବା ମାତ୍ରେ ଭୟରେ ଲୋକେ ଦୌଡିବାକୁ ଲାଗିଥାନ୍ତି। ଛୋଟ ହେଉ ଅବା ବଡ କିମ୍ବା ବିଷଧର। ଭାରତରେ ଏମିତି ଅନେକ ପ୍ରକାର, ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ଏମିତି ଏକ ରହସ୍ଯମୟୀ ସାପ ୫୪ ବର୍ଷ ପରେ ପୁଣି ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ସାପକୁ ଇକ୍ବାଡୋର ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ସାପକୁ ଗତ ୫ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିନଥିଲା। ଏହି ସାପ ପ୍ରାୟ ବିଲୁପ୍ତ ହୋଇଯାଇଥିଲା। କିନ୍ତୁ ଏତେ ବର୍ଷ ପରେ ପୁଣି ଦୁଇ ବୈଜ୍ଞାନିକ ଇକ୍ବାଡୋର ଜଙ୍ଗଲରୁ ଖୋଜି ପାଇଛନ୍ତି।
ଜୀବଜନ୍ତୁ ବୈଜ୍ଞାନିକ ରୋସ ମିନାର୍ଡ ଏବଂ ସ୍କର୍ଟ ଟ୍ରେଗେସର ଇକ୍ବାଡୋର ଜଙ୍ଗଲର ଏଣ୍ଡିସ ପର୍ବତରେ ଥିବା ରିୟୋ ମାଣ୍ଡୁରିଆଚୁ ରିଜର୍ଭରେ ୨୦୧୯ରେ ସରିସ୍ପ ଏବଂ ଉଭୟଚର ଜୀବ ଉପରେ ସର୍ଭେ କରୁଥିଲେ। ସେତେବେଳେ ଏହି ସାପ ଦେଖିବାକୁ ମିଳିଥିଲା।
ଏହି ସାପ ପ୍ରଥମ ଥର ପାଇଁ ଆମେରିକାର ବାୟୋଲୋଜିଷ୍ଟ ଚାଲର୍ସ ଏମ ଫଗଲର ୧୯୨୯ରେ ଖୋଜି ପାଇଥିଲେ। ଏଥିପାଇଁ ଏହାର ବାୟୋଲୋଜିକାଲ ନାମ Emmochliophis Fugleri ନାମ ଦିଆଯାଇଥିଲା। ସାଧାରଣ ଭାଷାରେ ଏହାକୁ ସ୍ଯାଡୋ ସ୍ନେକ କହନ୍ତି। ଏହା ସାଧାରଣତଃ ଅନ୍ଧାରରେ ରହିଥାଏ। ଦିନ ଆଲୋକରେ ମଧ୍ୟ ଏହା ଅନ୍ଧାର ଖୋଜିଥାଏ। ଶିକାର ଦେଖିବା ମାତ୍ରେ ଆକ୍ରମଣ କରେ।
A shadow snake has been rediscovered in Ecuador after 54 years https://t.co/XcNjWU8mlx pic.twitter.com/uxARHuqz33
— New Scientist (@newscientist) February 25, 2021
ଏହା ଅନେକ ଥର ସଢିଥିବା ଗଛ ପତ୍ର କିମ୍ବା ଶୁଖିଥିବା ଗଛ ତଳେ ଲୁଚି ରହିଥାଏ। ନିଜ ଶିକାର ଏବଂ ଶିକାରୀକୁ ଧୋକା ଦେଇଥାଏ। ଇକ୍ବାଡୋର ଜଙ୍ଗଲ ବ୍ଯତୀତ ଏହି ସାପ କଲମ୍ବିଆରେ ମଧ୍ୟ ଦେଖିବାକୁ ମିଳିଥାଏ। କିଛି ବାୟୋଲଜିଷ୍ଟଙ୍କ କହିବା ମୁତାବକ, ଏହି ସାପ ମାଛ ଖାଇଥାଏ କିନ୍ତୁ ଏହାର ପ୍ରମାଣ ଏପର୍ଯ୍ଯନ୍ତ ମିଳିନି।
ଏହି ସାପ ସାଧାରଣ ଗ୍ରେ ଏବଂ କଳା ରଙ୍ଗର ହୋଇଥାନ୍ତି। ଏଥିପାଇଁ ଲୁଚିବାରେ ସହାୟକ ହୋଇଥାଏ।ଅନେକ ଦେଶରେ ସ୍ଯାଡୋ ସ୍ନେକକୁ ନେଇ ଅନେକ ପ୍ରକାର ଧାର୍ମିତ ମାନ୍ଯତା ଏବଂ କାହାଣୀ ରହିଛି। ଅନେକ ସ୍ଥାନରେ ଏହାକୁ ଶଇତାନ କୁହାଯାଏ।