ତାମିଲନାଡୁ ସ୍ପେଶାଲ ଡିଜିପି ପଦରୁ ହଟିଲେ ଓଡ଼ିଆ ଆଇପିଏସ ରାଜେଶ ଦାଶ, କାରଣ ବେଶ୍ ଗମ୍ଭୀର
ତାମିଲନାଡୁ: ତାମିଲନାଡୁ ସ୍ପେଶାଲ ଡିଜିପି ପଦରୁ ହଟିଲେ ଆଇପିଏସ ରାଜେଶ ଦାଶ । ଯୌନ ନିର୍ଯାତନା ଅଭିଯୋଗରେ ପଦରୁ ହଟିଛନ୍ତି ଓଡ଼ିଆ ଆଇପିଏସ ଅଫିସର । ବୁଧବାର ତାଙ୍କୁ ଦାୟିତ୍ୱରୁ ହଟାଇଛନ୍ତି ତାମିଲନାଡୁ ସରକାର । ରାଜେଶ ଦାଶଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ମହିଳା ଆଇପିଏସ ।
ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ କାର୍ଯ୍ୟକ୍ରମର ସୁରକ୍ଷା ନିୟୋଜିତ ଥିଲେ ମହିଳା ଆଇପିଏସ । ସ୍ୱତନ୍ତ୍ର ଡିଜିପି ରାଜେଶ ଦାଶ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ଥିଲେ । ମହିଳା ଏସପିଙ୍କୁ ନିଜ କାରରେ ନେଇଥିଲେ ରାଜେଶ ଦାଶ । ୨୨ ତାରିଖରେ ମହିଳା ଜଣଙ୍କ ରାଜେଶଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।
ଏହାପରେ ତାମିଲନାଡୁ ଗୃହ ସଚିବଙ୍କୁ ଅଭିଯୋଗକୁ ପଠାଯାଇଥିଲା । ୨୪ ତାରିଖରେ ଗୃହ ସଚିବ ତଦନ୍ତ ପାଇଁ ଏକ ୬ ଜଣିଆ ଏନକ୍ୱାରୀ କମିଟି ଗଠନ କରିଥିଲେ । ଚାରିଜଣ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନର ଲୋରେଟା ଝୋନା ତଦନ୍ତ କମିଟିରେ ଅଛନ୍ତି । ଟିମ୍ର ମୁଖ୍ୟ ଅଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ଜୟଶ୍ରୀ ରଘୁନନନ୍ଦନ । ତାମିଲନାଡୁ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ । ମହିଳା ଅଫିସରଙ୍କ ସହ ରହିଥିବା କହିଛି ତାମିଲନାଡୁ ଆଇପିଏସ ସଂଘ । ରାଜେଶ ଦାଶ ହେଉଛନ୍ତି ୧୯୮୯ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇପିଏସ ଅଫିସର ।