Below header

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ରେସରୁ ତଳକୁ ଖସିଲା ଇଂଲଣ୍ଡ, ୧ ନଂ ସ୍ଥାନକୁ ଉଠିଲା ଭାରତ

ଭାରତ ଇଂଲଣ୍ଡକୁ ଅହମଦାବାଦ ଟେଷ୍ଟରେ ୧୦ ୱିକେଟରେ ହରାଇବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଅହମଦାବାଦରେ ଭାରତ ମାତ୍ର ଦୁଇ ଦିନରେ ଇଂଲଣ୍ଡକୁ ହରାଇଛି। ଏହା ସହିତ ଇଂଲଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଦୌଡରୁ ବାଦ ପଡିଛି। ଭାରତ ମୋଟ୍ ୩୯୦ ପଏଣ୍ଟ ଅକ୍ତିଆର କରିସାରିଛି ।

ନିୟମ ଅନୁଯାୟୀ ହାରାହାରି ପଏଣ୍ଟରେ ଶ୍ରେଷ୍ଠ ୨ ଦଳ ଫାଇନାଲ୍ ଖେଳିବେ । ଭାରତ ୭୧.୦ ପ୍ରତିଶତ ପଏଣ୍ଟ ହାସଲ କରି ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି । ନ୍ୟୁଜିଲାଣ୍ଡ ୭୦.୦ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୬୯.୨ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଛି । ତୃତୀୟ ଟେଷ୍ଟ ପରାଜିତ ହେବା ଫଳରେ ଇଂଲଣ୍ଡ ୬୪.୧ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଫାଇନାଲ୍ ଦୌଡରୁ ବାଦ ପଡ଼ିଛି ।

ମାର୍ଚ୍ଚ ୪ରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ଭାରତକୁ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଚତୁର୍ଥ ଟେଷ୍ଟ ଡ୍ର’ ରଖିବାକୁ ପଡ଼ିବ । ଭାରତ ୨-୧ କିମ୍ବା ୩-୧ରେ ଟେଷ୍ଟ ସିରିଜ ଜିତିଲେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ । ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଜିତିଲେ ଭାରତର ଫାଇନାଲ୍ ସ୍ୱପ୍ନ ଧୂଳିସାତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.