Below header

ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ଉଡିବ ବିମାନ, ସୂଚନା ଦେଲା ସ୍ପାଇସଜେଟ

ଝାରସୁଗୁଡ଼ା (କେନ୍ଯୁଜ୍) : ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ଏଥର ଉଡିବ ସ୍ପାଇସ୍‌ଜେଟ୍‌ ବିମାନ । ଏନେଇ ଆଜି ସ୍ପାଇସ୍‌ ଜେଟ୍‌ର ଏକ ୮ ଜଣିଆ ଟିମ୍‌ ଆସି ନିରୀକ୍ଷଣ କରିଛନ୍ତି । ବିଶେଷ ଭାବେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ସେନେଇ ଅନୁଧ୍ୟାନ କରିଛି ଟିମ୍‌ । ଏହି ମାର୍ଚ୍ଚ ୩୧ ତାରିଖରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଲୋକେ ସେବା ପାଇ ପାରିବେ ବୋଲି ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି ।

ଗତ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ କେଇଟା ଉଡ଼ାଣ ପରେ ଏଠାରୁ କୌଣସି କାରଣ ନଦର୍ଶାଇ ବିମାନ ସେବା ବନ୍ଦ ରହିଛି । ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଓ ଉଡ଼ାଣ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ଏପରିକି ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.