ସାନିଆ ମିର୍ଜା ନିଜ ବାୟୋପିକ୍ ପାଇଁ କଲେ ଘୋଷଣା ,ଜାଣନ୍ତୁ କିଏ ହେବେ ନିର୍ମାତା

ମୁମ୍ବାଇ : ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଶୁକ୍ରବାର ଦିନ ନିଜ ଜୀବନ ଉପରେ ଆଧାରିତ ଫିଲ୍ମ ହେବ ବୋଲି ଘୋଷଣା କରିଛନ୍ତି। ତାଙ୍କ ଉପରେ ହେବାକୁ ଥିବା ଏହି ଫିଲ୍ମକୁ ପ୍ରସ୍ତୁତ କରିବେ ନିର୍ମାତା ରାଣୀ ସ୍ରୁବାଲା। ସାନିଆ ଏହା ପାଇଁ ଏକ କନଣ୍ଟାକ୍ ସାଇନ କରିଥିବା ବେଳେ ଏବେ ଏନେଇ କାମ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ଗ୍ରେଣ୍ଡ ସ୍ଲେମ୍ ଜିତିଥିବା ଏକମାତ୍ର ମହିଳା ଖେଳାଳୀ ସାନିଆଙ୍କ କାହାଣୀ ଖୁବ୍ ଦମଦାର। ଏନେଇ ଖୁବ ସମୟରୁ କଥାବାର୍ତ୍ତା ହେଉଥିଲା। କିନ୍ତୁ ସାନିଆ ଏବେ ସମସ୍ତ କନକ୍ଟ୍ରାକକୁ ସାଇନ କରିଛନ୍ତି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି।

mirza

ସାନିଆ କହିଛନ୍ତି , ଏହି ଫିଲ୍ମର କାହାଣୀ ପରସ୍ପର ବୁଝାବଣା ସହ ପ୍ରସ୍ତୁତି କରାଯାଉଛି। ମତେ ଲାଗୁଛି ଏହା ମୋ କାହାଣୀ ଏବଂ ମୋର ଆଦେଶ ଏହାର ମୁଖ୍ୟ ଉତ୍ସ। ଆଜି ଆମେ ଏହାର ଖାଲି ଘୋଷଣା କରୁଛୁ। ଏହାପରେ ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ଘୋଷଣା କରାଯିବ। ଏଥିପାଇଁ ଏବେ ସମୟ ଅଛି। ଏହା ପୂର୍ବରୁ ମଧ୍ୟ ବଲିଉଡ଼ରେ ଖେଳାଳୀଙ୍କ ଉପରେ ବାୟୋପିକ୍ ନିର୍ମାଣ କରାଯାଇସାରିଛି। ଯାହା ମଧ୍ୟରେ ମେରିକମ୍ , ଦଙ୍ଗଲ , ଭାଗ ମିଲଖା ଭାଗ ଏବଂ ଏମଏମ୍ ଧୋନୀ ଆଦି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.