ଝାରସୁଗୁଡ଼ା : ବିଭିନ୍ନ ପ୍ରଜାତିର କୁକୁର ଦେଖାଉଛନ୍ତି ଭିନ୍ନ ଭିନ୍ନ କସରତ

ଝାରସୁଗୁଡ଼ା (କେନ୍ୟୁଜ୍) : ଝାରସୁଗୁଡ଼ା ସହର ଇଣ୍ଡୋର ଷ୍ଟାଡିୟମ୍ଠାରେ କେନେଲ କ୍ଲବ ତରଫରୁ ଚାଲିଥିବା ଡଗ୍ ସୋ’ରେ। ବିଭିନ୍ନ ପ୍ରଜାତିର କୁକୁରମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ଏହି ଡଗ୍ ସୋରେ। କୃତିତ୍ୱ ହାସଲ କରିଥିବା କୁକୁର ମାଲିକମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।

ଭଳିକି ଭଳି ଦେଖାଉଛନ୍ତି କସରତ । ତା ପଛକୁ ତା ପଛ ଦୌଡିବାରେ ବ୍ୟସ୍ତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହର ଇଣ୍ଡୋର ଷ୍ଟାଡିୟମ୍ଠାରେ କେନେଲ କ୍ଲବ ତରଫରୁ ଚାଲିଥିବା ଡଗ୍ ସୋ’ରେ। । ଗ୍ରେଡଡ୍ୟାନ୍, ଲାବ୍ରାଡ଼ର, ଜର୍ମାନ ସେଫଡ୍,ବୁଲ୍ଡଗ୍ ଓ ଗୋଲ୍ଡେନ୍ ପ୍ରଜାତିର କୁକୁରମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ଏହି ଡଗ୍ ସୋରେ। କୃତିତ୍ୱ ହାସଲ କରିଥିବା କୁକୁର ମାଲିକମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।

dog

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରୁଖୁରରେ ଏହି ସୋ’ଟିକୁ ଆୟୋଜନ କରିଥିବାରୁ ବେଶ୍ ଖୁସି। ବିଶେଷ କରି ପୋଷା କୁକୁରର ଲାଳନପାଳନ ଓ ଅନ୍ୟାନ୍ୟ ଦିଗରେ ମଧ୍ୟ କୁକୁରର ମାଲିକ ଓ ଦର୍ଶକଙ୍କୁ ସଚେତନ କରାଯାଇଥିଲା। ୫ମ ଥର ପାଇଁ ଏହି ସୋ’କୁ ପ୍ରଦର୍ଶନ କରାଯାଇଥିଲା। ଦର୍ଶକମାନେ ବେଶ୍ ଉତ୍ସାହର ସହ ଏହି ସୋ’ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.