କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡ଼ିଆ ଗ୍ରାମର ନିଆରା ଝିଅ ମେଳଣ

ଅନେକ ସ୍ଥାନରେ ରାଜ ଦୋଳ ହେଇକି ପଞ୍ଚୁ ଦୋଳ ଏହାକୁ ନେଇ ମେଳଣ ଅନୁଷ୍ଠିତ ହୋଇଥାଏ। କିନ୍ତୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡ଼ିଆ ଗ୍ରାମରେ ଏକ ନିଆର ମେଳଣ ଦେଖିବକୁ ମେଳେ । ଯାହା ହେଉଛି ଝିଅ ମେଳଣ ।

ମାହାଙ୍ଗା(କେନ୍ୟୁଜ): ଅନେକ ସ୍ଥାନରେ ରାଜ ଦୋଳ ହେଉ କି ପଞ୍ଚୁ ଦୋଳ ଏହାକୁ ନେଇ ମେଳଣ ଅନୁଷ୍ଠିତ ହୋଇଥାଏ। କିନ୍ତୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡ଼ିଆ ଗ୍ରାମରେ ଏକ ନିଆର ମେଳଣ ଦେଖିବକୁ ମେଳେ । ଯାହା ହେଉଛି ଝିଅ ମେଳଣ । ଏହି ଗ୍ରାମରେ ଦୀର୍ଘ ଦିନ ହେବ ହୋଇଆସୁଥିବା ଦୋଳ ମେଳଣ ପୂର୍ବ ଦିନ ଝିଅ ମେଳଣ ଅନୁଷ୍ଠିତ ହୋଇଥାଏ। ବିଶେଷ କରି ଏହି ଗ୍ରାମର ବିବାହିତ ଝିଅ ମାନେ ଏହି ଦିନ ଦୂର ଦୁରାନ୍ତ ଏପରିକି ବିଦେଶରେ ଥିଲେ ମଧ୍ୟ ଶାଶୁ ଘରୁ ନିଜ ଗାଁ ମାଟିକୁ ଚାଲି ଆସନ୍ତି।

ସେହିପରି ନବ ବିବାହିତଙ୍କ ଠାରୁ ଆରମ୍ଭ କରି ବୟସ୍କ ବିଭିନ୍ନ ବର୍ଗର ଝିଅ,ମହିଳା ମାନେ ଏଥିରେ ସାମିଲ ହୋଇଥାନ୍ତି। ଗ୍ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଫଗୁ ଖେଳନ୍ତି। ଏହାସହ ନିଜ ନିଜର ସୁଖ ଦୁଃଖ ବାଣ୍ଟି ଭୋଜି ଭାତର ଆୟୋଜନ କରିବା ସହ ବୟସ୍କ ଝିଅ ମାନଙ୍କୁ ସମ୍ବର୍ଦ୍ଧିତ କରି ଝିଅ ମେଳନଅନୁଷ୍ଠିତ ହୋଇ ଥାଏ। ଝିଅ ମେଳଣରେ ସାମିଲ ହୋଇଥିବା ଝିଅ ମାନେ ପରଦିନ ଗାଁ ଦୋଳ ମେଳଣରେ ଯୋଗ ଦେଇ ନିଜ ନିଜ ଘରକୁ ଫେରି ଯାଇଥାନ୍ତି। ଆସନ୍ତା ବର୍ଷ ଝିଅ ମେଳଣକୁ ଅପେକ୍ଷା ରେ ରୁହନ୍ତି।

jhia

ବାର ମାସରେ ତେର ପର୍ବ ଭଳି ଦୋଳ ହେଉଛି ମେଳଣ ଆମ ସଂସ୍କୃତିର ଏକ ଅନନ୍ଯ ପର୍ବ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ ଦେଖିବାକୁ ମିଳେ ଏହି ପର୍ବରେ। ଭକ୍ତ ଭଗବାନଙ୍କ ମିଳନ ହେବାର ଏହି ଅବସରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ଦେଖିବାକୁ ମିଳେ। ସେଥି ମଧ୍ୟରୁ ଝିଅ ମେଳଣ ଅନ୍ୟତମ। ଏହି ମେଳଣ ଝିଅ ମାନଙ୍କ ପାଇଁ ଅନନ୍ୟ ଉଦାହରଣ।