ପ୍ୟାଟ କମିନ୍ସଙ୍କ ମା’ଙ୍କ ପରଲୋକ, ଅସୁସ୍ଥ ଖବର ଶୁଣି ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଯାଇଥିଲେ କମିନ୍ସ

ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ ମାରିଆଙ୍କ ପରଲୋକ। ମାଙ୍କ ଅସୁସ୍ଥ ଖବର ଶୁଣି ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଯାଇଥିଲେ କମିନ୍ସ। ଦୀର୍ଘ ଦିନ ହେଲାଣି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ମା’ । ପ୍ୟାଟ କମିନ୍ସ ମାଙ୍କ ନିଧନ ବିଷୟରେ କ୍ରିକେଟ ଅଷ୍ଟ୍ରେଲିଆ ଟ୍ୱିଟ କରି ଜଣାଇଥିଲା ।

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ ମାରିଆଙ୍କ ପରଲୋକ । ଦୀର୍ଘ ଦିନ ହେଲାଣି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ମାରିଆ । ପ୍ୟାଟ କମିନ୍ସ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତରେ ଟେଷ୍ଟ ମ୍ୟାଚ ଖେଳୁଥିଲେ । ତେବେ ଦ୍ୱିତୀୟ ଟେଷ୍ଟ ସାରିବା ପରେ ତାଙ୍କ ମାଙ୍କ ଅସୁସ୍ଥ ଖବର ଶୁଣି ସିଡନୀ ଗସ୍ତ କରିଥିଲେ । ଏବେ ଚତୁର୍ଥ ମ୍ୟାଚ ଚାଲିଥିବା ବେଳେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଥିବା ବେଳେ ଶୁକ୍ରବାର ଶୋକ ପାଳନ କରାଯାଇଛି।

ପ୍ୟାଟ କମିନ୍ସ ମାଙ୍କ ନିଧନ ବିଷୟରେ କ୍ରିକେଟ ଅଷ୍ଟ୍ରେଲିଆ ଟ୍ୱିଟ କରି ଜଣାଇଥିଲା । ଏବେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟ ମାରିଆଙ୍କ ସମ୍ମାନାର୍ଥେ ଶୋକ ପ୍ରକାଶ କରିଛି। ଏଥିପାଇଁ ଆଜି ଦଳର ଖେଳାଳିମାନେ ହାତରେ କଳା ବ୍ୟାଣ୍ଡ ପିନ୍ଧି ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ମ୍ୟାଚ୍‌ ଖେଳୁଛନ୍ତି ।

କ୍ରିକେଟ ଅଷ୍ଟ୍ରେଲିଆ ଟ୍ୱିଟ କରି କହିଥିଲା  “ବିଳମ୍ବିତ ରାତିରେ ମାରିଆ କମିନ୍ସଙ୍କ ଦେହାନ୍ତରେ ଆମେ ଗଭୀର ଭାବେ ମର୍ମାହତ। ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ଆମେ ପ୍ୟାଟ କମିନ୍ସ ପରିବାର ଓ ସମସ୍ତଙ୍କ ବନ୍ଧୁମାନଙ୍କୁ ସମବେଦନା ଜଣାଉଛୁ। ମାରିଆଙ୍କ ସମ୍ମାନାର୍ଥେ ଅଷ୍ଟ୍ରେଲିଆ ପୁରୁଷ ଦଳ ଆଜି କଳା ବ୍ୟାଣ୍ଡ ପିନ୍ଧିବ।”

ସୂଚନାଯୋଗ୍ୟ, ପ୍ୟାଟଙ୍କ ମା ମାରିଆଙ୍କ ଦେହ ଗୁରୁତର ଥିବାରୁ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଫେରି ଯାଇଥିଲେ। ସେ ତୃତୀୟ ଟେଷ୍ଟ ବେଳକୁ ଫେରି ଆସିବେ ବୋଲି ସମସ୍ତେ ଆଶା କରାଯାଉଥିଲା । ହେଲେ ସେ ତୃତୀୟ କିମ୍ବା ୪ର୍ଥ ଟେଷ୍ଟ ସୁଦ୍ଧା ମଧ୍ୟ ଭାରତ ଫେରି ନଥିଲେ। ତାଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଦଳର ଦାୟିତ୍ୱ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.