Below header

ଚାଇନା ବଜାରରେ ଲଞ୍ଚ କଲା Harley-Davidson X350, ଖୁବଶୀଘ୍ର ଭାରତୀୟ ବଜାରରେ

ହାର୍ଲେ ଡେଭିଡସନ ପ୍ରତ୍ୟେକ ବାଇକ ଲଭରଙ୍କ ପସନ୍ଦର ବାଇକ ହୋଇଥାଏ । ଏହାର Harley-Davidson X350କୁ ଲଞ୍ଚ କରିଛି କମ୍ପାନୀ । ଏହି ବଜାରରେ Royal Enfieldକୁ ଟକ୍କର ଦେଉଛି । ଏହି ବାଇକର ଡିଜାଇନକୁ ସ୍ପୋଟି ଲୁକ ଦିଆଯାଇଛି । ଏହାସହ ଏହା କିଛିଟା କ୍ଲାସିକ ଲାଗୁଛି । ଏଥିରେ ଏଲଇଡି ହେଡଲ୍ୟାମ୍ଫ ଓ ଟେଲ ଲ୍ୟାମ୍ପ ଦିଆଯାଇଛି ।

ହାର୍ଲେ ଡେଭିଡସନ ପ୍ରତ୍ୟେକ ବାଇକ ଲଭରଙ୍କ ପସନ୍ଦର ବାଇକ ହୋଇଥାଏ । ଅଧିକ ଦାମ ହୋଇଥିବାରୁ ଏହି ବାଇକକୁ ପ୍ରାୟ ସମସ୍ତେ ଚଢିପାରି ନଥାନ୍ତି । ଏବେ କିନ୍ତୁ ହାର୍ଲେ ବାଇକ ପ୍ରେମୀଙ୍କ ଏହି ଆଶାକୁ ପୂରଣ କରିବାକୁ ଯାଉଛି । ସାରା ଦୁନିଆରେ ନିଜର ଭଲ ପ୍ରଦର୍ଶନ ପାଇଁ ଏହି ବାଇକ ଜଣା ଯାଇଥାଏ । ହାର୍ଲେ ଡେଭିଡସନ ପକ୍ଷରୁ ଏହାର ସବୁଠୁ ଶସ୍ତା ମଟର ସାଇକେଲକୁ ବଜାରକୁ ଅଣାଯାଉଛି । ଏହାର Harley-Davidson X350କୁ ଲଞ୍ଚ କରିଛି କମ୍ପାନୀ । ଏହି ବଜାରରେ Royal Enfieldକୁ ଟକ୍କର ଦେଉଛି । ହାର୍ଲେ ଡେଭିଡସନ ଅଫିିସିଆଲ ଭାବେ ଚାଇନା ବଜାରରେ ଏହାର ପ୍ରଥମ 350 ସିସି ମଟରସାଇକେଲ X350କୁ ଲଞ୍ଚ କରିଛି । ବାଇକଟି ଆକର୍ଷଣୀୟ ଦେଖାଯିବା ସହ ଦମଦାର ଇଞ୍ଜିନ କ୍ଷମତା ସହ ସାମନାକୁ ଆସିଛି । ଏହାର ମୂଲ୍ୟ ରହିଛି 3.93 ଲକ୍ଷ । ଏହି ବାଇକରେ QJ Motorର 350 ସିସି କ୍ଷମତାର ଇଞ୍ଜିନକୁ ଖଞ୍ଜାଯାଇଛି ।

ଆସନ୍ତୁ ନଜର ପକାଇବା ଏହାର ଲୁକ ଉପରେ । ଦେଖିବାକୁ ଗଲେ ଏହି ବାଇକର ଡିଜାଇନକୁ ସ୍ପୋଟି ଲୁକ ଦିଆଯାଇଛି । ଏହାସହ ଏହା କିଛିଟା କ୍ଲାସିକ ଲାଗୁଛି । ଏହାର ସାମନା ଭାଗରେ ରହିଛି ଏକ ଗୋଲାକାର ହେଡ୍ ଲ୍ୟାମ୍ଫ । ଏହି ବାଇକର ସାମନା ପାଖରେ ଦୁଇଟି ହାଇଡ୍ରୋଲିକ ସସପେନସନ ରହିଛି । ଏଥିରେ ଏଲଇଡି ହେଡଲ୍ୟାମ୍ଫ ଓ ଟେଲ ଲ୍ୟାମ୍ପ ଦିଆଯାଇଛି । ଟିଅର ଷ୍ଟ୍ରାପ ଆକାରର 13.5 ଲିଟରର ତେଲ ଟାଙ୍କି ରହିଛି । ଏହାସହ ହେଡ ଲାଇଟରେ ହାର୍ଲେର ଲୋଗୋ ଏହାକୁ ପ୍ରିମିୟମ ଲୁକ ପ୍ରଦାନ କରୁଛି ।

ଏହାର ଇଞ୍ଜିନରୁ 36.7ପିଏସ ଦମଦାର ପାଓ୍ବାର ଓ 31 ଏନଏମର ଟର୍କ ଜେନେରେଟ ହେଉଛି । ଏଥିରେ ଆପଣଙ୍କୁ 6ଟି ଗିଅର ମିଳିବ । ଏହାର ଫ୍ରଣ୍ଟରେ 41 ଏମଏମର ଅପସାଇଡ – ଡାଉନ ସସପେନସନ ରହିଥିବା ବେଳେ ପଛରେ ସିଙ୍ଗଲ ସସପେନସନ ରହିଛି । ଏହାର ଉଭୟ ଚକରେ ଡିକ୍ସ ବ୍ରେକ ରହିଛି । ଯାହା ବାଇକକୁ କଣ୍ଟ୍ରୋଲ କରିବାରେ ବେଶ ଭଲଭାବେ ,ସହାୟକ ହେବ । ଆଗରେ ଚାରୋଟି ପିଷ୍ଟନ ୟୁନିଟ ଥିବା ବେଳେ ପଛରେ ଗୋଟିଏ ପିଷ୍ଟନ ୟୁନିଟ ରହିଛି । ଏହାସହ ଏଥିରେ ଆଣ୍ଟିଲକ ବ୍ରେକିଙ୍ଗ ସିଷ୍ଟମ ରହିଛି । ଏହାର ମାଇଲେଜ କଥା ଦେଖିଲେ ଏହା ପ୍ରତିଲିଟର 20 କିଲୋମିଟର ଗଡ଼ିବ । ଏହାର ଓଜନ ରହିଛି 180 କିଲୋଗ୍ରାମ ।

ଏହି ବାଇକ କିନ୍ତୁ ଭାରତୀୟ ବଜାରକୁ କେବେ ଆସିବ ସେନେଇ ସ୍ପଷ୍ଟ ହୋଇ ପାରିନି । ଆଶା କରାଯାଉଛି ଏହା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.