କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁ ପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।

ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ହେଲେ ଫରେଷ୍ଟର ଓ ରେଞ୍ଜର ଏହି ଆଦିବାସୀଙ୍କୁ ଟଙ୍କା ଦେବା ପାଇଁ ସେମାନଙ୍କଠାରୁ କିଛି ଟଙ୍କା ନେଉଥିଲେ। ଏଥିସହ ଆଦିବାସୀଙ୍କୁ ହଇରାଣ କରିବା ଅଭିଯୋଗ ହୋଇଥିଲା। ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ କରି ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାରେ ଅନ୍ୟ ଅଧିକାରୀ କେହି ସାମିଲ ଅଛନ୍ତି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ଵ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.