ପୁରୀ ରେଳ ଷ୍ଟେସନର ଟ୍ରାକ କଡରେ ନିଆଁ, ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ । ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଥିବା ବେଳେ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି ।

ପୁରୀ (କେନ୍ୟୁଜ): ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକ କଡରେରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି ।  ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ । ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଥିବା ବେଳେ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁରୀ ସମ୍ରାଟ ମାର୍କେଟ କପ୍ଲେକ୍ସରେ ନିଆଁ ଲାଗିଥିଲା । ଯାହାକି ଦୀର୍ଘ ୩୭ ଘଣ୍ଟା ପରେ ନିିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବିଭାଗ । କିନ୍ତୁ ସୌଭଗ୍ୟବଶତଃ ଏତେ ବଡ଼ ଅଘଟଣରେ କୌଣସି ପ୍ରକାରର ଜୀବନହାନୀ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.