ହୋଲି ବାହାନାରେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ, ଜଣେ ନାବାଳକ ସମେତ ୩ ଗିରଫ

ହୋଲି ବାହାନାରେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରି ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଭିଡ ଭିତରେ ମହିଳା ଜଣକ କିଭଳି ନିଜକୁ ଶୋଷିତ ଏବଂ ଅବହେଳିତ ଅନୁଭବ କରୁଛନ୍ତି । ଭିଡିଓ ଭାଇରଲ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ହୋଲି ବାହାନାରେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣାରେ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଭିଡିଓ ଭାଇରଲ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିଡିଓରେ ଦେଖିବାକୁ ମିଳିଛି, ଭିଡ ଭିତରେ ମହିଳା ଜଣକ କିଭଳି ନିଜକୁ ଶୋଷିତ ଏବଂ ଅବହେଳିତ ଅନୁଭବ କରୁଛନ୍ତି ।

ପୋଲିସ କହିବା ଅନୁସାରେ, ହୋଲି ଦିନ ଦିଲ୍ଲୀର ପାହାଡଗଂଜରେ ରହୁଥିବା ଜଣେ ଜାପାନୀ ମହିଳାଙ୍କ ଉପରେ ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ଏମାନେ ଜାପାନୀ ମହିଳା ସହିତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍‌ ହେବା ପରେ ସେମାନଙ୍କୁ ଧରାଯାଇଛି। ଧରାପଡ଼ିଥିବା ୩ ଯୁବକ ଦୋଷ ସ୍ବୀକାର କରିଛନ୍ତି ବୋଲି ପୋଲିସ କହିଛି ।

ଗଣମାଧ୍ୟମକୁ ଡିସିପି ସଞ୍ଜୟ କୁମାର ସୈନ୍‌ କହିଛନ୍ତି, ପୀଡ଼ିତ ମହିଳାଙ୍କୁ ଚିହ୍ନଟ କରିବାରେ ସହାୟତା କରିବା ଲାଗି ଜାପାନୀ ଦୂତାବାସ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେଠାରୁ କିଛି ଖବର ନ ମିଳିବା ପରେ ପୋଲିସ ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମହିଳା ଜଣକ ଜାପାନୀ ପର୍ଯ୍ୟଟକ । ସେ ପାହାଡ଼ଗଞ୍ଜରେ ରହୁଥିଲେ। ତେବେ ଏଭଳି ଘଟଣା ପରେ ସେ ଏବେ ବାଂଲାଦେଶ ଚାଲିଯାଇଛନ୍ତି। ପାହାଡ଼ଗଞ୍ଜ ଥାନାରେ ଏ ସଂକ୍ରାନ୍ତରେ କୌଣସି ମୌଖିକ ବା ଲିଖିତ ଅଭିଯୋଗ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.