Below header

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୨୭ ପର୍ଯ୍ୟନ୍ତ ଚାଲିବ ରକ୍ତ ସଂଗ୍ରହ

ଯାଜପୁର (କେ.ନ୍ୟୁଜ): ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ବ୍ଲଡ ବ୍ୟାଙ୍କରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଫଳରେ ରୋଗୀମାନେ ଆବଶ୍ୟକୀୟ ବ୍ଲଡ ପାଇବାରୁ ବଞ୍ଚିତ ହେବା ସହ ମୃତ୍ୟୁ ମୁଖକୁ ଠେଲି ହୋଇଯାଉଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ସହ ପ୍ରତିଦିନ ୨୦ ୟୁନିଟ୍ ଲେଖାଏଁ ରକ୍ତ ସଂଗୃହୀତ କରାଯିବ।

Blood donation scheme rolled out to more schools in Wales - BBC News

ଆଜି ଅନୁଷ୍ଠିତ ଶିବିରରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଡ. ପ୍ରିୟନାଥ ମହାପାତ୍ର, ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ କ୍ଷୀତିଶ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳଙ୍କ ସମେତ ଛାତ୍ର ଜନତାର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.