ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଟପିଲା ୨୦ ହଜାର; ମୃତ୍ୟୁ ହୋଇଛି ୬୫୨ ଜଣଙ୍କର

ନୂଆଦିଲ୍ଲୀ : ସବୁ କଟକଣା ଓ ବ୍ୟବସ୍ଥା ଯେମିତି କରୋନା ଭାଇରସ୍‌ ଆଗରେ ହାର୍‌ ମାନିଛି । ଆଜି ସୁଦ୍ଧା ଭାରତରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ୨୦,୪୭୧ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା ହୋଇଛି ୬୫୨ । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ମରିଛନ୍ତି ୪୯ ଜଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।
୨୦,୪୭୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୫୯ ଜଣ ସୁସ୍ଥ ହୋଇଛନ୍ତି । ୧୫,୮୫୯ ଜଣ ଚିକିତ୍ସାଧୀନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.