Below header

ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କଲେ ଉଦଘାଟନ

ବୌଦ୍ଧ(କେନ୍ୟୁଜ୍): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହଯୋଗରେ ବୌଦ୍ଧ ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ। କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳାକୁ ଉଦ୍‌ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲାର ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏହାକୁ ଅନୁଷ୍ଠିତ କରାଯାଇଛି। ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏହି ନିଯୁକ୍ତି ମେଳାରେ ମୋଟ ୪୭ଟି ତାଲିମ ଓ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ଯୋଗ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନର ଯୁବକ ଯୁବତୀ ଏଥିରେ ଯୋଗ ଦେଇଛନ୍ତି। ଗତକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ଫୁଲବାଣୀ, ଦଶପଲ୍ଲା, ବାଲିଗୁଡ଼ା, ଉଦୟଗିରି ଓ ଭଞ୍ଜନଗରର ପ୍ରାର୍ଥୀଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିଲା ନିଯୁକ୍ତି ମେଳା। ଏହି ନିଯୁକ୍ତି ମେଳାରେ ଦେଶର ୭୦ଟି କମ୍ପାନୀ ଯୋଗ ଦେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.