ମୋ ସରକାର ଓ ଫାଇଭ୍ ଟି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଥମ ତହସିଲ ଭାବେ ଧର୍ମଶାଳା ତହସିଲର ୱେବସାଇଟ୍‌ ହେଲା ଶୁଭାରମ୍ଭ

ଯାଜପୁର(କେନ୍ୟୁଜ୍‌): ମୋ ସରକାର ଓ ଫାଇଭ୍ ଟି ଯୋଜନା ମାଧ୍ୟମରେ ପ୍ରଶାସନରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ରାଜ୍ୟରେ ପ୍ରଥମ ଥର ପାଇଁ ୱେବସାଇଟ୍‌ର ଶୁଭ ଉନ୍ମୋଚନ କରାଯାଇଛି । ଜିଲ୍ଲାପାଳ ରଂଜନ କମୁାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଲୋକେ କିପରି ତ୍ୱରିତ ସମାଧାନ ପାଇପାରିବେ ସେ ନେଇ ଏହି ଡିଜିଟାଲ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।

jajpur tahasil

ଏହାଦ୍ୱାରା ତହସିଲ ପ୍ରଶାସନର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଆସିପାରିବ । ଏହା ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ । ରାଜ୍ୟର ୩୧୭ଗୋଟି ତହସିଲ ମଧ୍ୟରୁ ପ୍ରଥମ ତହସିଲ ଭାବେ ଧର୍ମଶାଳାରେ ଏହି ବ୍ୟବସ୍ଥା ଶୁଭାରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ତହସିଲମାନଙ୍କରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.