ବିଲୁଆକୁ ଦେଖି ଦୂରରୁ ଧାଇଁଆସିଲା ସିଂହ, ଜୀବନ ବଞ୍ଚାଇବା ପାଇଁ କେମିତି ଆକ୍ଟିଂ କଲା ଚତୁର ବିଲୁଆ, ଦେଖନ୍ତୁ ଫଟୋ

କେବଳ ମଣିଷ ନୁହନ୍ତି, ପଶୁମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ଆକ୍ଟିଙ୍ଗ୍‌ କରିଥାଆନ୍ତି। କେତେକ ପଶୁଙ୍କଠାରେ ଏଭଳି ଅଭ୍ୟାସ ଦେଖାଦେଇଥାଏ। ଏବେ ଏବେ ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ନିଜ ଆଡ଼କୁ ମାଡ଼ିଆସୁଥିବା ଏକ ସିଂହକୁ ଦେଖି ବିଲୁଆ ମରିବାର ଆକ୍ଟିଙ୍ଗ୍‌ କରୁଛି। ସିଂହ ତାକୁ କିଛି ସମୟ ଯାଏ ଶୁଙ୍ଘୁଛି ଏବଂ ପରେ ମରିଯାଇଥିବା ଭାବି ସେଠାରୁ ଚାଲିଯାଉଛି।

v1

ଚତୁର ବିଲୁଆର ଏଭଳି ଭିଡିଓ ଟିକ୍‌ଟକ୍‌ରେ ପୋଷ୍ଟ କରାଯାଇଛି, ଯାହାକୁ ୟୁଜରମାନେ ଖୁବ୍‌ ପସନ୍ଦ କରିଛନ୍ତି। ସିଂହକୁ ଦେଖି ବିଲୁଆ ଯେଭଳି ବୁଦ୍ଧି ଖଟେଇଛି, ସେଥିରେ ତା’ର ଜୀବନ ବଞ୍ଚିଯାଇଛି। ସେପଟେ ବିଲୁଆର ଜବରଦସ୍ତ ଆକ୍ଟିଂ ଦେଖି ସୋସିଆଲ ମିଡିଆ ୟୁଜରମାନେ ଖୁବ୍‌ ମଜା ନେଇଛନ୍ତି।

v3

ଭିଡିଓଟିକୁ ଟିକ୍‌ ଟକ୍‌ କ୍ରିଏଟର୍‌ ଋତୁପର୍ଣ୍ଣା ନାୟକ ଶେୟାର କରିଛନ୍ତି। ଏହାକୁ ଏ ପଯ୍ୟର୍ନ୍ତ ପାଖାପାଖି ୪ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି। କହିବାକୁ ଗଲେ, ଟିକ୍‌ ଟକ୍‌ରେ ଏହି ଭିଡିଓ ପୂରା ଛାଇଯାଇଛି। ଏହାପୂର୍ବରୁ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ବିଲୁଆ ଏକ ଜଙ୍ଗଲି କୁକୁର ସାମ୍ନାରେ ମରିବାର ଆକ୍ଟିଂ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.