ଏମିତି ଏକ ଚୋର, ଯିଏ ଦୀର୍ଘ ଦୁଇ ମାସ ଧରି ବିଚାରପତିଙ୍କ ସିଟରେ ବସି ଶୁଣାଉଥିଲା ରାୟ

ଚୋର ଯେ ଜର୍ଜଙ୍କ ସିଟରେ ବସି ୨ ମାସ ପର୍ଯ୍ୟନ୍ତ ଫୈସଲା ଶୁଣାଉଥିବ ଏ ପରି ଘଟଣା ହୁଏତ କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ବାସ୍ତବରେ ଏହି କଥାଟି ଶତ ପ୍ରତିଶତ ସତ । ଧନୀ ରାମ ମିତ୍ତଲ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଚୋରି ତ କରୁଥିଲେ । କିନ୍ତୁ ନିଜର କୁବୁଦ୍ଧି ବଳରେ ଏହି ଚୋର ଜଣକ ଦୀର୍ଘ ଦୁଇ ମାସ ଧରି ଜଯଙ୍କ ସିଟରେ ବସିବା ସହ ଫଇସଲା ମଧ୍ୟ ଶୁଣାଉଥିଲେ । କୁହାଯାଏ କି ଧନୀ ରାମ ମିତ୍ତଲ ମାତ୍ର ୨୫ ବର୍ଷ ବୟସରେ ହିଁ ଚୋରି କରିବା ଆରମ୍ଭ କରିଥିଲା । ୧୯୬୪ ବର୍ଷ ବୟସରେ ଚୋରି ଅଭିଯୋଗରେ ପ୍ରଥମେ ପୋଲିସ ଦ୍ୱାରା ଧରାପଡି ଥିଲେ । ଆଉ ମଧ୍ୟ କୁହାଯାଉଛି କି ଚୋରି ଇତିହାସରେ ସେ ହେଉଛନ୍ତି ଏମିତି ଏକ ଚୋର ଯିଏ ସର୍ବାଧିକ ଥର ପୋଲିସ ଦ୍ୱାରା ଗିରଫ ହୋଇଥିବେ । ଶେଷ ଥର ପାଇଁ ୨୦୧୬ ମସିହାରେ ହିଁ ତାଙ୍କୁ ଗିରଫ କରାଯାଇଥିଲା ।

chora new

କିନ୍ତୁ ଠିକ ସମୟରେ ସେ ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଇଥିଲେ । ସୂଚନା ମୁତାବକ ଧନୀ ରାମ ନିଜ ଚୋରି କ୍ୟାରିୟରରେ ପ୍ରାୟ ୧୦୦୦ ଗାଡି ଚୋରି କରିସାରିଛନ୍ତି । ଆଉ ତାଙ୍କର ସବୁଠୁ ଖାସ କଥା ହେଉଛି କି ସେ କେବଳ ଦିନବେଳା ହିଁ ଚୋରି କରିଥାନ୍ତି । ଧନୀ ରାମଙ୍କୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । କିଛି ବର୍ଷ ପୂର୍ବେ ଏକ ଚୋରି ମାମଲାରେ ହିଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଧନୀ ରାମଙ୍କର ବାରମ୍ବାର ଗିରଫ ହେବାକୁ ନେଇ ସେଠାକାର ଜଜ ତାଙ୍କ ଉପରେ ଖୁବ ବିରକ୍ତ ହୋଇଯାଇଥିଲେ । ସେ ତାଙ୍କୁ ଅଦାଲତ ପରିସର ବାହାରକୁ ଯିବାକୁ ଆଦେଶ ଦିଅନ୍ତେ ଧନୀରାମ ପୋଲିସ ଆଖିରେ ଧୂଳି ଦେଇ ଗାୟବ ହୋଇଯାଇଥିଲେ ।

chora

ଖାଲି ସେତିକି ନୁହେଁ ଥରେ ଧନୀରାମ ଜଜଙ୍କ ଆସନରେ ବସି ୨ ମାସ ଧରି ଫଇସଲା ଶୁଣାଉଥିଲେ ମଧ୍ୟ ଏବାବଦରେ କାହାକୁ ତିଳେ ମାତ୍ର ସନ୍ଦେହ ହେଇନଥିଲା । ଏକ ଜାଲ କାଗଜ ପ୍ରସ୍ତୁତ କରି ସେ ହରିୟାଣାର ଝାଝର କୋର୍ଟର ଏଡିସନାଲ ସ୍ପେଶାଲ ଜଜଙ୍କୁ ପାଖାପାଖି ୨ ମାସ ପାଇଁ ଛୁଟି ଦେଇଦେଇଥିଲେ । ବଦଳରେ ସେ ନିଜେ ହିଁ ସେହି ଆସନରେ ବସିଯାଇଥିଲେ । ଏହି ୨ ମାସ ଭିତରେ ସେ ପ୍ରାୟ ୨୦୦୦ରୁ ଅଧିକ ଅପରାଧୀଙ୍କୁ ଜାମିନରେ ଛାଡି ଦେଇଥିଲେ । କେତେକଙ୍କୁ ତ ସେ ଜେଲ ମଧ୍ୟ ପଠାଇ ଦେଇଛନ୍ତି । ପ୍ରକୃତରେ ଧନୀରାମ ଏଲଏଲବି ଶିକ୍ଷା ପୂରଣ କରିଥିଲେ । ଏହାବାଦ ସେ ହାତଲେଖା ବିଶେଷଜ୍ଞରେ ଏକ ସ୍ୱତନ୍ତ୍ର କୋର୍ସ ମଧ୍ୟ କରିଛନ୍ତି ।

ନିଜ ଚୋରିକୁ କାର୍ଯ୍ୟକାରୀ କରିବା ପାଇଁ ହିଁ ସେ ଏହି ଡିଗ୍ରୀ ହାସଲ କରିଥିବା କଥା କୁହନ୍ତି । ଏହା ସାହାଯ୍ୟରେ ହିଁ ସେ ବିଭିନ୍ନ ଗାଡି ଚୋରି କରିବା ସହ ଗାଡି କାଗଜ ପତ୍ରକୁ ଜାଲ କରିଥାନ୍ତି । ଯାହାକି ତାଙ୍କୁ ଖୁବ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.